‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାର

ଜଗା ବଳିଆଙ୍କ ସଫଳ ଅସ୍ତ୍ରୋପଚାର ସମଗ୍ର ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛି: ପ୍ରଫେସର ମହାପାତ୍ର

-ଅପରେସନ୍ ପୂର୍ବରୁ ୩ ଥର ହୋଇଥିଲା ମକ୍‌ଡ୍ରିଲ
-୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଦେଇଥିଲେ ୧ କୋଟି
-ବଳିଆର ଜୀବନ ରକ୍ଷା ସବୁଠାରୁ ବଡ଼ ଆହ୍ବାନ ଥିଲା
-ସଫଳତା ପରେ ଅନ୍ୟ ଦେଶର ଡାକ୍ତର ପରାମର୍ଶ ନେଉଛନ୍ତି

ଭୁବନେଶ୍ୱର : ଜଗା ବଳିଆଙ୍କ ସଫଳ ‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାର କେବଳ ଓଡ଼ିଶା କିମ୍ବା ଭାରତ ପାଇଁ ଗୌରବ ଆଣିଦେଇ ନାହିଁ ବରଂ ସମଗ୍ର ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଶତାଧିକ ଡ଼ାକ୍ତରଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କ ପ୍ରାର୍ଥନା, ଜନ୍ମରୁ ଯୋଡ଼ି ହୋଇ ରହିଥିବା ଜଗା ବଳିଆଙ୍କୁ ସଫଳତା ପୂର୍ବକ ଅଲଗା କରିବାରେ ସହାୟକ ହୋଇଥିଲା। ଜଗା ବଳିଆଙ୍କ ଯୋଡ଼ାମୁଣ୍ଡ ସଫଳତାର ଅଲଗା କରାଯାଇ ଥିବାରୁ ଏହାକୁ ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌-୨୦୨୦ରେ ସ୍ଥାନ ଦିଆଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାରର ନେତୃତ୍ବ ନେଇଥିବା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି, ପ୍ରଥମ ଅସ୍ତ୍ରୋପଚାର ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ କରାଯାଇଥିବା ବେଳେ ଦ୍ୱିତୀୟ ଅସ୍ତ୍ରୋପଚାର ଅକ୍ଟୋବର ୨୫ ତାରିଖରେ କରାଯାଇଥିଲା। ଏହି ସଫଳତା ପଛରେ ଅନେକ ଘଟଣା ଲୁଚି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଳିଆର ମସ୍ତିଷ୍କରେ ଏମ୍ସର ଭେନ୍‌ ବ୍ୟାଙ୍କରୁ ଭେନ୍‌(ଶିରା) ଆଣି ସଂଯୋଗ କରିବା। ଏହି ଦୁଇ ଶିଶୁଙ୍କ ଯୋଡାମୁଣ୍ଡରେ ମାତ୍ର ଗୋାଟିଏ ଭେନ୍ ହିଁ ରହିଥିଲା। ତେଣୁ ଏହି ପ୍ରକ୍ରିୟା ସାରା ପୃଥିବୀରେ ପ୍ରଥମ ବୋଲି ସେ କହିଛନ୍ତି।
ମଙ୍ଗଳବାର ସୋଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ଼ାକ୍ତର ମହାପାତ୍ର କହିଛନ୍ତି ଯେ ୩୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଗୋଟିଏ ଯୋଡ଼ା ମୁଣ୍ଡ ଘଟଣା ଦେଖିବାକୁ ମିଳେ। ଜଗା-ବଳିଆ ଯେତେବେଳେ ଏମ୍ସରେ ଭର୍ତି ହୋଇଥିଲେ, ସେବେବେଳେ ପ୍ରାଥମିକ ଆକଳନରୁ ଏହି ଦୁଇ ଶିଶୁ ଅପରେସନ ପ୍ରକ୍ରିୟାକୁ ସହ୍ୟ କରିପାରିବେ କି ନାହିଁ ଏବଂ ବହୁ ସମୟ ଧରି ଅଚେତ ରହିବା ପରେ ସେମାନଙ୍କ ଚେତା ଫେରିବା କି ନାହିଁ ତାହା ଜାଣିବା ଆମ ପାଇଁ କମ୍ ବଡ଼ ଆହ୍ବାନ ନଥିଲା। ଏଥିପାଇଁ ୨୬ ଜୁଲାଇ ୨୦୧୭ରେ ଦୀର୍ଘ ୧୨ ଘଣ୍ଟା ଧରି ଦୁଇ ଶିଶୁଙ୍କୁ ନିଶ୍ଚେତନ କରି ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ଅପରେସନ କରାଯିବାର ନିଷ୍ପତି ନିଆଯାଇଥିଲା। ଏହା ପରେ ପ୍ରକୃତ ଅପରେସନ୍ ପୂର୍ବରୁ ଡ଼ାକ୍ତରୀଦଳ ତିନିଥର ମକ୍‌ ଡ୍ରିଲ୍ କରିଥିଲେ। ଏଥିସହ ଆମେ ନ୍ୟୁୟର୍କ, କେପ୍‌ଟାଉନ୍ ସମେତ ବିଭିନ୍ନ ଦେଶର ଅଭିଜ୍ଞ ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲୁ। ପୂର୍ବରୁ ଭାରତରେ ଦୁଇ ଜଣ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ହୋଇଥିବା ଅପରେସନ୍‌ ବିଫଳ ରହିଥିଲା। ଦୁଇଜଣ ଶିଶୁ ମୃତ୍ୟୁବରଣ କରିଥିଲେ। କିନ୍ତୁ ଜଗା ବଳିଆଙ୍କ ସଫଳ ‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାର ଭାରତରେ ପ୍ରଥମ।
ଦୁଇଜଣଙ୍କ ମସ୍ତିସ୍କ ସ୍ବାଭାବିକ ଠାରୁ ୫୦% କମ୍ ବିକଶିତ ହୋଇଥିଲା। ଏଥିସହ ଦୁହିଁଙ୍କ ଓଜନ ଆବଶ୍ୟକତା ଠାରୁ କମ୍ ଥିଲା। ଅପରେସନ୍ ପରେ ଜଗାର ବଞ୍ଚିବା ସମ୍ଭାବନା ୨୦% ଥିବା ବେଳେ ବଳିଆ ପାଇଁ ୧୦% ରହିଥିଲା। ଏଥିରେ ଦୁଇ ପିଲାଙ୍କ ଜୀବନ ପ୍ରତି ଗୁରୁତର ବିପଦ ଥିବାରୁ ନ୍ୟାୟିକ ସମସ୍ୟା ଏଡ଼ାଇବା ପାଇଁ ବିଭିନ୍ନ କ୍ଷେତ୍ରରୁ ୨୫ ଜଣ ବ୍ୟକ୍ତିଙ୍କୁ ନେଇ ଏକ ଅନୁମୋଦନ କମିଟି ଗଠନ କରାଯାଇ ଥିଲା। ଅପରେସନ୍ ପାଇଁ ଆମେ ରାଜ୍ୟ ସରକାରଙ୍କୁ ଦେଢ଼ କୋଟି ଟଙ୍କାର ଅନୁଦାନ ମାଗିଥିଲୁ। ଆଉ ଏହାର ୨୪ ଘଣ୍ଟା ଭିତରେ ରାଜ୍ୟ ସକରାର ୧ କୋଟି ଟଙ୍କା ପ୍ରଦାନ କରିଥିଲେ। ବିଶ୍ବରେ ଏଭଳି ମାତ୍ର ୧୨/୧୩ଟି ଅପରେସନ୍ କରାଯାଇଛି। ତେବେ ସଫଳତାର ସହ ସେମାନଙ୍କୁ ଅଲଗା କରାଯାଇଛି ସତ, କିନ୍ତୁ ପରବର୍ତ୍ତି ଅବସ୍ଥାରେ ସେମାନେ ସ୍ବାଭାବିକ ଜୀବନ ଯାପନ କରୁଛନ୍ତି କି କାହିଁ ତାହାର କୌଣସି ତଥ୍ୟ ନାହିଁ। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦେଖିଲେ ଜଣାପଡ଼ୁଛି ଯେ ଜଗା ସ୍ବାଭାବିକ ଜୀବନ ଯାପନ କରିପାରିବ। କିନ୍ତୁ ବଳିଆ କଥା କହିବା ସହଜ ହେବ ନାହିଁ। ଆମର ଏହି ସଫଳ ‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାର ପରେ ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କ ଅନ୍ତର୍ଜାତୀୟ ସମ୍ମିଳନୀରେ ବ୍ରାଜିଲ ଓ ବାଂଲାଦେଶରୁ ଆସିଥିବା ଡ଼ାକ୍ତର ଆମର ପରାମର୍ଶ ନେଇଥିଲେ। ସେମାନେ ସେଠାରେ ଯୋଡ଼ାମୁଣ୍ଡ ଶିଶୁଙ୍କ ‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାର କରିବାର ସମ୍ଭାବନା ଅଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ।

Comments are closed.