କଟକରେ ପହଞ୍ଚିଲେ ଜଗା-ବଳିଆ

0

କଟକ: ଓଡିଶା ଫେରିଛନ୍ତି ଜଗା-ବଳିଆ। ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ଆସି କଟକରେ ପହଞ୍ଚିଛନ୍ତି ଓଡିଶାର ଏହି ଯୋଡା ମୁଣ୍ଡ ଶିଶୁ। କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ନିଆଯାଇଛି। ଏସସିବି ମେଡିକାଲ ପକ୍ଷରୁ ଜଗାବଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁଇ ବର୍ଷପରେ ଓଡିଶା ଫେରୁଥିବାରୁ ଜଗା-ବଳିଆଙ୍କୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ନାହିଁ ନଥିବା  ଉତ୍ସାହ ଦେଖିବାକୁ ମିଳିଛି। ନୂଆଦିଲ୍ଳୀ ସ୍ଥିତ ଏମ୍ସରୁ ୧୧ ଜଣିଆ ଟିମ ଜଗା-ବଳିଆଙ୍କୁ ନେଇ ଓଡିଶା ଆସିଛନ୍ତି। ଏହି ଟିମରେ ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନାସ୍ଥେସିଆ ବିଭାଗର ଡାକ୍ତର ଗିରିଜା ରଥଙ୍କ ସହ ଓଡିଶା ନିବାସର କର୍ମଚାରୀ ଏବଂ ନର୍ସ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ୨୦୧୭ ଜୁଲାଇ ୧୪ ତାରିଖରେ ଓଡିଶାର ଏହି ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ରାଜ୍ୟ ସରକାରଙ୍କ ସମ୍ପୁର୍ଣ୍ଣ ସହାୟତାରେ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ଏମ୍ସରେ ଡାକ୍ତରୀ ଦଳ ଓଡିଶାର ଏହି ଯୋଡା ମୁଣ୍ଡ ଶିଶୁଙ୍କ ବିରଳ ଅସ୍ତ୍ରୋପଚାର କରି ଯୋଡା ମୁଣ୍ଡକୁ ଅଲଗା କରିଥିଲେ।ଯାହା ସାରା ଭାରତ ବର୍ଷରେ ଏକ ବିରଳ ଅସ୍ତ୍ରୋପଚାର ବୋଲି ବିବେଚନା କରାଯାଏ।

Leave A Reply