ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଜାଫର ଓ ପଙ୍କଜ

ଭୁବନେଶ୍ବର : ଭାରତୀୟ ଦୃ‌ଷ୍ଟିହୀନ କ୍ରିକେଟ ଦଳ ଜୁଲାଇ ୨୦ରୁ ୨୭ ପର୍ଯ୍ୟନ୍ତ ଜାମାଇକା ବିପକ୍ଷରେ କ୍ରିକେଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏସନ ପକ୍ଷରୁ ଭାରତୀୟ ଦଳ ମନୋନୟନ କରାଯାଇଛି। ଏହି ଦଳରେ ଓଡ଼ିଶାରୁ ୨ଜଣ ଖେଳାଳି- ଅଲ୍‌ରାଉଣ୍ଡର ମହମ୍ମଦ ଜାଫର ଇକବାଲ୍‌ ଓ ପଙ୍କଜ ଭୂଏ ସ୍ଥାନ ପାଇଛନ୍ତି। ଭାରତୀୟ ଦଳ ପକ୍ଷରୁ ନିୟମିତ ଖେଳି ଆସୁଥିବା ପଙ୍କଜ ଓ ଜାଫର ପ୍ରଥମଥର ପାଇଁ ଜାମାଇକା ବିପକ୍ଷରେ କ୍ରିକେଟ ସିରିଜ୍ ଖେଳିବେ। ଜାମାଇକା ବିପକ୍ଷରେ ଭାରତ ୨୦, ୨୧ ଓ ୨୫ରେ ୩ଟି ଏକଦିବସୀୟ ଓ ୨୪ ଓ ୨୭ ଜୁଲାଇରେ ୨ଟି ଟି୨୦ ମ୍ୟାଚ ଖେଳିବ। ଏଥିପାଇଁ ଭାରତୀୟ ଦଳ ଗୁରୁବାର ଜାମାଇକା ଗସ୍ତକରିଛି।

Comments are closed.