ଜାଡେଜା ଖେଳିଲେ ସିରିଜର ଶେଷ ମ୍ୟାଚ : ଇଂଲଣ୍ଡ ଆଶ୍ୱସ୍ତ

0

ଲଣ୍ଡନ : ଇଂଲଣ୍ଡ ଦଳର ସହାୟକ କୋଚ ପଲ ଫାରବ୍ରାସ କହିଛନ୍ତି ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜା ହେଉଛନ୍ତି ଜଣେ ବିଚକ୍ଷଣ ଏବଂ ପ୍ରତିଭାଶାଳୀ ଖେଳାଳି। ସ୍ୱଭାଗ୍ୟବସତଃ ସେ କେବଳ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳିଲେ। ସେ ସିରିଜର ଶେଷ ମ୍ୟାଚ ଖେଳିଥିବାରୁ ଆମେ ବହୁତ ଖୁସି ଅଛୁ। ନଚେତ ସିରିଜର ଫଳାଫଳ ବଦଳିଯାଇଥାନ୍ତା।
ସୂଚନାମୂତାବକ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଜାଡେଜା ଖେଳିଥିଲେ। ଏହା ପୂର୍ବରୁ ହୋଇଥିବା ଚାରୋଟି ଟେଷ୍ଟରେ ସେ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିଲେ। ସେ ପଞ୍ଚମ ଟେଷ୍ଟ ମ୍ୟାଚରେ ଅଷ୍ଟମ ସ୍ଥାନରେ ବ୍ୟାଟିଂଗ କରିବାପାଇ ଆସିଥିଲେ। ଏହି ବ୍ୟାଟିଂଗ କ୍ରମରେ ଆସି ସେ ଅପରାଜିତ ୮୬ରନ କରିଥିଲେ। ଏହି ରନ ସହାୟତାରେ ସେ ଭାରତୀୟ ଦଳକୁ ୧୬୦ ରନରୁ ୨୯୨ ରନରେ ପହଞ୍ଚାଇଥିଲେ।

Leave A Reply