ପଣସ କଟଲେଟ୍

0

ଆବଶ୍ୟକୀୟ ସାମଗ୍ରୀ: ପଣସ କଠା, ଆଳୁ, କଟା ପିଆଜ, କର୍ଣ୍ଣଫ୍ଲୋର, ହଳଦୀ, ଲଙ୍କାଗୁଣ୍ଡ, ଲୁଣ, ଗରମ ମସଲା, ଦହି, ତେଲ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପଣସ କଠାର ଚୋପା ଛଡାଇ ଧୋଇ ରଖନ୍ତୁ । ପ୍ରେସରରେ ପଣସ କଠା ଓ ଅଳ୍ପ ଲୁଣ ଦେଇ ସିଝେଇ ଦିଅନ୍ତୁ । ସେଥିରେ ଆଳୁ ୨ଟି ମଧ୍ୟ ସିଝାଇ ଦିଅନ୍ତୁ । ଆଳୁ ଓ ପଣସ କଠା ସିଝିଗଲା ପରେ ଏକ ପାତ୍ରକୁ କାଢି ଆଣନ୍ତୁ । ସେଥିରେ କଟା ପିଆଜ, ୨ ଚାମଚ କର୍ଣ୍ଣଫ୍ଲୋର, ହଳଦୀ, ଲଙ୍କାଗୁଣ୍ଡ, ଗରମ ମସଲା, ଦହି ଓ ସ୍ବାଦ ଅନୁଯାୟୀ ଲୁଣ ପକାଇ ଚକଟି ଦିଅନ୍ତୁ । ଏବେ କଡେଇରେ ତେଲ କରି ଏହାକୁ ବରା ଆକାରରେ ପକାଇ ଛାଣନ୍ତୁ ।  ପ୍ରସ୍ତୁତ ହୋଇଗଲା ପଣସ ଚକଲେଟ୍ । ଏହାକୁ ଟମାଟୋ ସସ୍ ସହିତ ଖାଆନ୍ତୁ ।

Leave A Reply