ପରଦାକୁ ଆସିଲା ସିଦ୍ଧାର୍ଥ-ପରିଣୀତିଙ୍କ ‘ଜବରିୟା ଯୋଡ଼ି’

ମୁମ୍ବଇ : ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ ଶୁକ୍ରବାର(୯ ଅଗଷ୍ଟ) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର କାହାଣୀ କମେଡ଼ି ଭିତ୍ତିକ ହୋଇଥିଲେ ମଧ୍ୟ ଏହା ଜରିଆରେ ସମାଜକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଓ ପରିଣୀତିଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଜାବେଦ ଜାଫରୀ ଓ ସଞ୍ଜୟ ମିଶ୍ରା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏକତା କପୁର, ଶୋଭା କୁପର ଓ ଶୈଳେଶ ଆର ସିଂହଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ସିଂହ।

 

Comments are closed.