ଇଟାଲୀର ଏକ ନାଇଟ କ୍ଲବରେ ଦଳାଚକଟା ୬ ମୃତ, ୪୭ ଆହତ

0

ରୋମ . – ଇଟାଲୀରେ କୋରିନାଲ୍ଡୋରେ ଥିବା ଏକ ନାଇଟ କ୍ଲବରେ ଦଳାଚକଟା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଆହତ ହୋଇଛନ୍ତି । ଦଳଚକଟା ହେବା ସମୟରେ ଏହି କ୍ଲବରେ ଲୋକ ପ୍ରିୟ ରାପର୍‌ ନିଜର ନୃତ୍ୟ ଓ ଗୀତ ପରିବେଷଣ କରୁଛିଲେ । ଏହି ସମୟରେ କେହି ଜଣେ ଆଖି ପୋଡୁଥିବା  ଜିନିଷକୁ ସ୍ପ୍ରେ କରିଥିଲେ । ଏହା ପରେ ପରେ ଲୋକମାନେ ଏଣେ ତେଣେ ଦୌଡି ଥିଲେ । ମୃତକମାନଙ୍କ ମଧ୍ୟରେ ୫ ଜଣ ଛୋଟପିଲା ଅଛନ୍ତି ।

ଏହି ଦଳା ଚକଟାରେ ୪୭  ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୧୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

Leave A Reply