ବିକ୍ରମ ସହ ଯୋଗାଯୋଗ ଉଦ୍ୟମ ଚାଲିଛି; ଟ୍ବିଟ୍‌ କରି ସୂଚନା ଦେଲା ଇସ୍ରୋ

0

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ସୁରକ୍ଷିତ ରହିଛି। ଏହା ସହିତ ସମ୍ପର୍କ ସ୍ଥାପନ କରିବାକୁ ସବୁ ପ୍ରକାର ପ୍ରୟାସ କରାଯାଉଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠା(ଇସ୍ରୋ) ମଙ୍ଗଳବାର ଟ୍ବିଟ୍‌ କରି ସୂଚନା ଦେଇଛି।

ଇସ୍ରୋ ସହିତ ସମ୍ପର୍କ ଚ୍ଛିନ୍ନ ହେବା ପରଠାରୁ ୩ଦିନ ହେଲା ବିକ୍ରମ ଚନ୍ଦ୍ରପୃଷ୍ଠରେ ପଡ଼ି ରହିଛି। ବର୍ତ୍ତମାନ ସୁଦ୍ଧା ବିକ୍ରମ ସହିତ ଯୋଗାଯୋଗ ହୋଇପାରି ନାହିଁ। ବିକ୍ରମର ଜୀବନକାଳ ୧୪ ଦିନ ହୋଇଥିବାବେଳେ ଆଉ ୧୧ ଦିନ ସମୟ ରହିଛି। ଏହି ସମୟ ମଧ୍ୟରେ ବିକ୍ରମ ସହିତ ସମ୍ପର୍କ ସ୍ଥାପନ ହୋଇ ନ ପାରିଲେ ତାହା ଅକାମୀ ହୋଇପଡ଼ିବ ବୋଲି ଜଣେ ବୈଜ୍ଞାନିକ କହିଛନ୍ତି। ତେବେ ବିକ୍ରମ ଗୋଟିଏ ପାର୍ଶ୍ଵକୁ ଢଳି ରହିଥିବାରୁ ତାହା ସହିତ ଯୋଗାଯୋଗ କରିବା କଷ୍ଟକର ବୋଲି ସମ୍ପୃକ୍ତ ବୈଜ୍ଞାନିକ କହିଛି।

Leave A Reply