ଗଗନ ଯାନ ପ୍ରକ୍ଷେପଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ

ବେଙ୍ଗାଲୁର: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ମୁଖ୍ୟ ଡକ୍ଟର କେ. ଶିବନ କହିଛନ୍ତି, ଗତ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ଚନ୍ଦ୍ରର ପୃଷ୍ଠଭୂମିରେ ନିରାପଦ ଅବତରଣ ସମୟରେ ଅରବିଟ୍‍ର ଯେଉଁ ତଥ୍ୟ ରେକର୍ଡ କରିଛି ତାହା ଭୂପୃଷ୍ଠ କେନ୍ଦ୍ରରେ ସଂଗ୍ରହ କରାଯାଉଛି। ଗତକାଲି ତାମିଲନାଡୁର ଥୁତୁକୁଡ଼ିରେ ସମ୍ବାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ବୈଜ୍ଞାନିକମାନେ ସଂଗୃହିତ ତଥ୍ୟକୁ ବିଶ୍ଳେଷଣ କରୁଛନ୍ତି। ସେ କହିଛନ୍ତି, ଇସ୍ରୋର ମହାକାଶକୁ ଗଗନ ଯାନ ପ୍ରକ୍ଷେପଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି।

Comments are closed.