ରଥଯାତ୍ରା ନିଷ୍ପତ୍ତିରୁ ଓହରିଲା ‘ଇସ୍କନ୍’

0

ଭୁବନେଶ୍ବର : ଅଦିନିଆ ରଥଯାତ୍ରା ଆୟୋଜନ ନିଷ୍ପତ୍ତିରୁ ଇସ୍କନ ଓହରିଛି। ସୋମବାର ଜୋରଦାର ବିରୋଧ ପରେ ‘ଇସ୍କନ’ ତାର ନିଷ୍ପତ୍ତିରୁ ଓହରିଥିବା ଜଣାପଡ଼ିଛି। ଏନେଇ ଇସ୍କନର ଭୁବନେଶ୍ବର ଆଞ୍ଚଳିକ ସମ୍ପାଦକ ବନମାଳି ଦାସ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ, ପଞ୍ଜାବର ଲୁଧିଆନାସ୍ଥିତ ଇସ୍କନ ମନ୍ଦିରରେ ଆଗାମୀ ନଭେମ୍ବର ୧୭ରେ ହେବାକୁ ଥିବା ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଥିଲା। ଏ ନେଇ ରବିବାର ପୁରୀ ସିଂହଦ୍ୱାର ଥାନାରେ ୨ଟି ସଂଗଠନ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଥିଲା।

ପ୍ରତିବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ କିନ୍ତୁ ଇସ୍କନ୍‌ ପକ୍ଷରୁ ଅଦିନରେ ରଥଯାତ୍ରା ଆୟୋଜନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

Leave A Reply