ଇଶା ଆମ୍ବାନୀଙ୍କ ନିର୍ବନ୍ଧ

0

ମୁମ୍ବଇ : ଭାରତର ସବୁଠାରୁ ବଡ ଧନୀ ତଥା ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀଙ୍କ ନିର୍ବନ୍ଧ ହୋଇଛି। ଇଟାଲୀର କୋମୋ ହ୍ରଦରେ ଏହି ନିର୍ବନ୍ଧ ଆୟୋଜନ କରାଯାଇଥିଲା। ଏକ ଭିଡିଓରେ ଇଶା ଓ ଆନନ୍ଦ ହ୍ରଦ କୂଳରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଆନନ୍ଦ ସବୁଜ ରଙ୍ଗର ଶେରୱାନି ପିନ୍ଧିଥିବା ବେଳେ ଇଶା ଫିକା ମାଟିଆ ରଙ୍ଗର ଲାଙ୍ଘା ପିନ୍ଧିଥିଲେ। ଏହି ନିର୍ବନ୍ଧ ଉତ୍ସବରେ ଇଶାଙ୍କ ମା’ ନୀତା ଆମ୍ବାନୀ ଗୋଲାପି ରଙ୍ଗର ପୋଷାକ ପିନ୍ଧି ମଞ୍ଚରେ ସମସ୍ତଙ୍କୁ ସମ୍ବୋଧନ କରୁଥିଲେ। ସାମାଜିକ ଗଣମାଧ୍ୟମରେ ଏହି ନିର୍ବନ୍ଧ ଭିଡିଓ ଭାଇରାଲ ହେବାରେ ଲାଗିଛି। ବଲିଉଡର ବହୁ କଳାକାର ମଧ୍ୟ ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ। ସୋନମ କାପୁର, ଅନିଲ କାପୁର, ଆନନ୍ଦ ଆହୁଜା, ପ୍ରିୟଙ୍କା ଚୋପ୍ରା, ନିକ ଜୋନ୍ସ, ମନିଷ ମଲହୋତ୍ରା, ଜାହ୍ନଭି କାପୁର, ଜୁହି ଚାୱଲା ଆଦି ଉପସ୍ଥିତ ଥିଲେ।

Leave A Reply