ଇଶା ଅମ୍ବାନୀଙ୍କ ବିବାହ ପୂର୍ବ ଉତ୍ସବରେ ଯୋଗ ଦେବାପାଇଁ ଉଦୟପୁର ପହଞ୍ଚିଲେ ହିଲାରୀ କ୍ଲିଣ୍ଟନ

0

ଉଦୟପୁର . – ରାଜସ୍ଥାନର ଉଦୟପୁରରେ ଥିବା ଓବରେଇ ଉଦୟଭିଲାରେ  ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କର ବିବାହ ପୂର୍ବ ଦୁଇ ଦିନ ଉତ୍ସବ ପାଳନ କରାଯିବ । ଏଥିପାଇଁ ଉଦୟଭିଲାରେ ମାନ୍ୟଗଣ୍ୟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଭିଡ ଲାଗିବାରେ ଲାଗିଛି । ଆମେରିକାର ଡେମୋକ୍ରାଟ ଦଳ ପୂର୍ବତନର  ରାଷ୍ଟ୍ରପତି ପ୍ରାର୍ଥୀଥିବା ହିଲାରୀ କ୍ଲିଣ୍ଟନ ବି ଉଦୟପୁର ଭିଲାରେ ଏହି ଉତ୍ସବରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି ।

ଇଶା ଅମ୍ବାନୀ  ପିରାମଲ୍‌ ପରିବାରର ଆନନ୍ଦ ପିରାମଲ୍‌ଙ୍କୁ ବିବାହ କରିବେ । ଡିସେମ୍ବର ୧୨ ତାରିଖରେ ମୁମ୍ବାଇରେ ଅମ୍ବାନୀ ପରିବାରର ଥିବା ବିଶାଳ ଅଟ୍ଟାଳିକା ଆଣ୍ଟାଲିଆରେ ଏହି ଦୁଇଜଣଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ ।

Leave A Reply