ଶୁଟିଂ ସେଟରେ ଦେଖାଦେଲେ ଇରଫାନ୍ ; ଦେଖିବାପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ

ଉଦୟପୁର : ସିନେଜଗତର ଅଭିଜ୍ଞ କଳାକାର ହେଲେ ଇରଫାନ୍ ଖାନ୍। ବିଦେଶରେ ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ନିକଟରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଇଂଲିଶ ମିଡିୟମ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନର ଉଦୟପୁରରେ ଚଳଚ୍ଚିତ୍ରର ଶୁଟିଂ ଚାଲିଥିବାବେଳେ ଇରଫାନଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କ ଶୁଟିଂ ଶେଟରେ ଭିଡ ଜମି ଥିବା ସୂଚନା ମିଳିଛି। ବିଦେଶରେ ​ସେ ଥିବା ସମୟରେ ତାଙ୍କ ଅଭିନୀତ କେତୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ସେସବୁ ବକ୍ସଅଫିସ୍‌ରେ ଉତ୍ତମ ବ୍ୟବସାୟ ମଧ୍ୟ କରିଥିଲା। ସୁସ୍ଥ ହୋଇ ଭାରତ ଫେରିବା ପରେ ଏବେ ‘ଇଂଲିଶ ମିଡିୟମ’ ଶୁଟିଂ କରୁଛନ୍ତି। ଏଥିରେ ତାଙ୍କ ପତ୍ନୀ ଚରିତ୍ରରେ କରୀନା କପୁର ଖାନ ଅଭିନୟ କରୁଥିବା ଜଣାପଡିଛି। ନିକଟରେ ଇରଫାନ ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍‍ ଶେୟାର କରି ଲେଖିଥିଲେ, ପୁଣିଥରେ ଆପଣଙ୍କ ମନୋରଞ୍ଜନ କରିବାକୁ ମୁଁ ଆସୁଛି। ଇଂରେଜୀ ମିଡିୟମ ଚଳଚ୍ଚିତ୍ର ୨୦୧୭ରେ ମୁକ୍ତିଲାଭ କରିଥିବା ହିନ୍ଦୀ ମିଡିୟମ ଚଳଚ୍ଚିତ୍ରର ସିକ୍ୱେଲ।

Comments are closed.