ସୁସ୍ଥ ଅଛନ୍ତି ଇରଫାନ: ସୁଜିତ ସରକାର

0

ମୁମ୍ବଇ: ଅଭିନେତା ଇରଫାନ ଖାନ ସମୁର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ବୋଲି ନିର୍ଦେଶକ ସୁଜିତ ସରକାର କହିଛନ୍ତି। ନିର୍ଦେର୍ଶକ ସୁଜିତ ସରକାର ଇଣ୍ଡିଆନ ଏକ୍ସପ୍ରେସ୍‍ର ଏକ ସକ୍ଷାତକାରରେ ଇରଫାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ଅଭିନେତା ଇରଫାନ ଖାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରରେ କାମ କରିବେ ଏବଂ ସେ ସମ୍ପୁର୍ଣ୍ଣରୂପେ ସୁସ୍ଥ ଅଛନ୍ତ ସେ କହିଛନ୍ତି। ନିଦେର୍ଶକ ସୁଜିତ ସରକାରଙ୍କ ଆଗାମୀ ଚଳଚ୍ଚିତ୍ର ପଞ୍ଜାବର କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଉଦ୍ଧବ ସିଂଙ୍କ ଜୀବନକାହାଣୀର ମୁଖ୍ୟ ଚରିତ୍ରରେ କାମ କରିବେ। କ୍ରାନ୍ତିକାରୀ ଉଦ୍ଧବ ସିଙ୍କର ପଞ୍ଜାବ ସ୍ୱାଧୀନତା ସଂଗ୍ରାମରେ ଅବଦାନ ରହିଛି। ଉଦ୍ଧବ ସିଂ ଜାଲିୱାନାବାଗ ହିସାଂକାଣ୍ଡ ସମୟରେ ପଞ୍ଜାବରେ ଥିବା ଜେନେରାଲ ମାଇକେଲ.ଓ. ଡାୟାର ଙ୍କୁ ଗୁଳିକରି ହତ୍ୟା କରିଥିଲେ।
ନିର୍ଦେଶକ ସୁଜିତ ସରକାରଙ୍କ ମତରେ ଏହି ଚଳଚ୍ଚିତ୍ର ପାଇଁ ସେ ଦୀର୍ଘ ୧୮-୧୯ବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହି ଚଳଚିତ୍ରର ସୁଟିଙ୍ଗ ଆରମ୍ଭ କରାଯିବ। ଅଭିନେତା ଇରଫାନ ଖାନ ନିର୍ଦେର୍ଶକ ସୁଜିତ ସରକାରଙ୍କ ସହ ପିକୁ ଚଳଚ୍ଚିତ୍ର କରିସାରିଛନ୍ତି।

Leave A Reply