ତୀବ୍ର ହେଉଛି ଇରାକରେ ସରକାର ବିରୋଧୀ ଆନ୍ଦୋଳନ : ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ବାଗଦାଦ : ଇରାକର ରାଜଧାନୀ ବାଗ୍ଦାଦ୍ ନଗରୀରେ ହଜାର ହଜାର ସଂଖ୍ୟକ ସରକାର ବିରୋଧୀ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା କର୍ମୀଙ୍କୁ ଫାଙ୍କା ଗୁଳିଚାଳନା ସହ ରବର ବୁଲେଟ୍ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା । ନିରାପତ୍ତା ବିଭାଗର ଅଧିକାରୀମାନେ କହିଛନ୍ତି, ୪୦ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଆହତ ହୋଇଛନ୍ତି।
ଅକ୍ଟେବର ପହିଲାରୁ ଚାଲିଥିବା ଏହି ସରକାର ବିରୋଧୀ ଆନ୍ଦୋଳନ ଯୋଗୁଁ ବାଗଦାଦ ଓ ସାରା ଦେଶରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
Comments are closed.