ଇରାକ ନୌକା ଦୁର୍ଘଟଣା – ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୧୦୦

0

ବାଗଦାଦ: ଗୁରୁବାର ଇରାକର ମୋସୁଲ ସହର ନିକଟବର୍ତ୍ତୀ ଟାଇଗ୍ରିସ ନଦୀରେ ପର୍ଯ୍ୟଟକ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୦୦ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି ଯେଉଁମାନେ ପହଁରି ନପାରିବାରୁ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ୧୯ ଜଣ ଶିଶୁଙ୍କ ସମେତ ୫୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମ୍ପୃକ୍ତ ପର୍ଯ୍ୟଟକ ଡଙ୍ଗାରେ ୨୦୦ଜଣ ଯାତ୍ରୀ ଯାତ୍ରା କରିଥିଲେ ଯାହା ଡଙ୍ଗାର କ୍ଷମତାଠାରୁ ଅଧିକ ଥିଲା। ଅନ୍ୟ ପକ୍ଷରେ ମୋସୁଲ ଡ୍ୟାମରୁ ଅଚାନକ ବନ୍ୟାଜଳ ନିଷ୍କାସନ ହେବାରୁ ଜଳସ୍ଥର ହଠାତ ବୃଦ୍ଧି ପାଇବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ମଧ୍ୟ କୁହାଯାଇଛି। ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ ମହାଦି ଦୁର୍ଘଟଣାର ତଦନ୍ତ ଆଦେଶ ଦେବା ସହ ମୃତକଙ୍କ ଉଦ୍ଦେଶ୍ୟରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

Leave A Reply