ଇରାନରେ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ; ୧୫ ମୃତ

0

ତେହରାନ : ଇରାନ ରାଜଧାନୀ ତେହରାନଠାରୁ ୪୦ କିଲୋମିଟର ଦୂର କାରାଜସ୍ଥିତ ଫାଥ୍‍ ବିମାନ ବନ୍ଦରରେ ସୋମବାର ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣ ବିମାନଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବିମାନ ଯନ୍ତ୍ରୀଙ୍କୁ ହସ୍ପିଟଲରେ ଭର୍ତ୍ତି କରାଯାଇଛି। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଖରାପ ପାଣିପାଗ ମଧ୍ୟରେ ବୋଇଙ୍ଗ ବିମାନ ୭୦୭ ପାଥ ବିମାନ ବନ୍ଦରରେ ଅବତରଣ କରୁଥିବାବେଳେ ଭାରସାମ୍ୟ ହରାଇ ପାଚେରିରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ବିମାନଟି ଜଳିଯାଇଥିଲା।
ସୂଚନା ଅନୁସାରେ ବିମାନଟି କରାଜସ୍ଥିତ ପାୟମ ବିମାନ ବନ୍ଦରକୁ ଯିବାର ଥିଲା। ମାତ୍ର ଖରାପ ପାଣିପାଗ ଯୋଗୁଁ ଏହା ଫାଥ ବିମାନ ବନ୍ଦରରେ ଅବତରଣ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇରାନ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଇରାନ ବିମାନ ପରିଚାଳନା ବିଭାଗ ମୁଖପାତ୍ର ରୋଜା ଜାଫରଜାଦେହଙ୍କ କହିବା ଅନୁସାରେ ଏହା ଏକ କାର୍ଗୋ ବିମାନ ଥିଲା। ଅବତରଣ ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟ ଏକ ରିପୋର୍ଟ ଅନୁସାରେ ବିମାନଟି ଅବତରଣ ବେଳେ ବିମାନ ବନ୍ଦରର ପାଚେରିରେ ପିଟି ହୋଇ ପାଖରେ ଥିବା ଏକ ଜନବସତିରେ ଯାଇ ପଡ଼ିଥିଲା ଓ ଜଳିଯାଇଥିଲା।

Leave A Reply