ଆଇପିଏସସ୍ତରରେ ବ୍ୟାପକ ଅଦଳ ବଦଳ : ୧୩ ପୁଲିସ ଜିଲାରେ ନୂଆ ଏସ୍‌ପି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବ୍ୟାପକ ଅଦଳ ବଦଳ କରାଯାଇଛି। ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ତଥା ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଜେଲ) ଭାବେ ନିଯୁକ୍ତ ଦିଆଯାଇଥିବାବେଳେ ନୂତନ ପୁଲିସ କମିସନର ଭାବେ ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଅତିରିକ୍ତ ପୁଲିସ ମହାନିର୍ଦେଶକ ମହେନ୍ଦ୍ର ପ୍ରତାପଙ୍କୁ ପ୍ରିଣ୍ଟ୍ରିଂ ପ୍ରେସ ନିର୍ଦେଶକ, ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିସନର, ଆର ପି କୋଚେଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଆଇନ), ରାଜେଶ କୁମାରଙ୍କୁ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ନିର୍ଦେଶକ, ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାଞ୍ଚଳ ଡ଼ିଆଇଜି, ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ବର ରେଞ୍ଜ ଆଇଜିପି, ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି, ହିମାଂଶୁ କୁମାର ଲାଲଙ୍କୁ ଉତ୍ତରାଞ୍ଚଳ ଡିଆଇଜି, ସଫିନ ଅହମ୍ମଦ କେଙ୍କୁ ଡିଆଇଜି(ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ), ଅମିତେନ୍ଦ୍ରନାଥ ସିହ୍ନାଙ୍କୁ ଡିଆଇଜି କ୍ରାଇମବ୍ରାଞ୍ଚ, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଆଇଜିପି, ଘନଶ୍ୟାମ ଉପାଧ୍ୟାୟଙ୍କୁ ଆଇଜି(ଅର୍ଥନୈତିକ ଅପରାଧ ଶାଖା), ଏନ ବି ଭାରଥୀଙ୍କୁ ଆଇଜି(ଏଚଆରପିସି), ଅମିତାଭ ଠାକୁରଙ୍କୁ ଆଇଜି(ଅପରେସନ), ବି ଏସ ରଣପିସେଙ୍କୁ ଆଇଜିପି(ଦୁର୍ନୀତି ନିବାରଣ), ରେଖା ଲୋହାନୀଙ୍କୁ ଆଇଜି(ଅତ୍ୟାଧୁନିକୀକରଣ), ଅସିତ ପାଣିଗ୍ରାହୀଙ୍କୁ ଆଇଜି(ଗୃହରକ୍ଷୀ), ଯତୀନ୍ଦ୍ର କୋଏଲଙ୍କୁ ଆଇଜି(ଏସଏପି), ଅନିରୁଦ୍ଧ କୁମାର ସିଂହଙ୍କୁ ଡିଆଇଜି(ଏସଆଇଡ଼ବ୍ଲୁ) ଭାବେ ବଦଳି କରାଯାଇଛି।
ସେହିପରି ଆଇପିଏସ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଥିବାବେଳେ ମୁକେଶ କୁମାର ଭାମୂଙ୍କୁ କୋରାପୁଟ ଏସପି, ବିନୀତ ଅଗ୍ରୱାଲଙ୍କୁ ନୂଆପଡା ଏସପି,ଡା. କନୱାର ବିଶାଳ ସିଂହଙ୍କୁ ସମ୍ବଲପୁର ଏସପି, ଖିଲାରୀ ଋଷିକେଶ ଧ୍ୟାନଦେଓଙ୍କୁ ମାଲକାନାଗିରି ଏସପି ଇନଚାର୍ଜ, ପଦ୍ମିନୀ ସାହୁଙ୍କୁ ବରଗଡ଼ ଏସପି, ଅଜୟ ପ୍ରତାପ ସ୍ବାଇଁଙ୍କୁ ଖୋର୍ଦ୍ଧା ଏସପି ଇନଚାର୍ଜ, ଆର ପ୍ରକାଶଙ୍କୁ ଜଗତସିଂହପୁର ଏସପି, ଜଗମୋହନ ମୀନାଙ୍କୁ ଅନୁଗୋଳ ଏସପି, ୱାଇ ରଘୁନାଥ ରାଓଙ୍କୁ ବୌଦ୍ଧ ଏସପି ଇନଚାର୍ଜ, କେ ଶିବ ସୁବ୍ରମଣିଙ୍କୁ ରାଉରକେଲା ଏସପି, ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସପି, ସାର୍ଥକ ଷଡ଼ଙ୍ଗୀଙ୍କୁ ଭୁବନେଶ୍ବର ଭିଜିଲାନସ ଏସପି ଏବଂ ମଡ଼କର ସନ୍ଦୀପ ସମ୍ପତଙ୍କୁ ବଲାଙ୍ଗୀର ଏସପି ଭାବେ ବଦଳି କରାଯାଇଛି। ଏହାବାଦ୍ ସାଗରିକା ନାଥଙ୍କୁ ପୁଲିସ କମିଶନରେଟର ଟ୍ରାଫିକ ଡିସିପି ଭାବେ ବଦଳି କରାଯାଇଥିବାବେଳେ ଅବିନାଶ କୁମାରଙ୍କୁ ଭୁବନେଶ୍ବର ଏସପି(ଇଓଡ଼ବ୍ଲୁ), ସୁଧାଂଶୁ ଶେଖର ମିଶ୍ରଙ୍କୁ କଟକ କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି।

Comments are closed.