ଆଇପିଏଲ୍‍ ବେଟିଂ, ୩ ଗିରଫ

0

ରାଉରକେଲା: ଆଇପିଏଲ୍‍ ମ୍ୟାଚ୍‍ ବେଳେ ବେଟିଂ କାରବାର ଅଭିଯୋଗରେ ରାଉରକେଲା ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ରାଉରକେଲା ନାଲା ରୋଡ୍‍ ସ୍ଥିତ ମହାତ୍ମା ଲେନ୍‍ର ଏକ ଘରେ ଆଇପିଏଲ୍‍ ବେଟିଂ ଚାଲୁଥିବା ଖବର ମିଳିଥିଲା। ସେଠାରେ ଚଢ଼ାଉ କରି ପୁଲିସ ତିନିଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାସୁଦ ଆଲାମ୍‍, ଉତ୍ତମ କୁମାର ଶର୍ମା, ପରଭେଜ୍‍ ଆଲାମ୍‍। ସେମାନଙ୍କଠାରୁ ନଗଦ ୯,୦୪,୦୦୦ ଟଙ୍କା ସମେତ ୩୩ଟି ମୋବାଇଲ୍‍ ଫୋନ, ୩ଟି ଏଲ୍‍ଇଡି ଟିଭି, ଦୁଇଟି କାଲ୍‍କୁଲେଟର, ଗୋଟିଏ ଲାପ୍‍ଟପ୍‍ ଓ ବେଟିଂରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

Leave A Reply