ଚାଉଳ ମିଲରେ ଚାଲିଥିଲା ଆଇପିଏଲ ବେଟିଙ୍ଗ ; ୧୦ ଗିରଫ

ଗଜପତି : ଆଇପିଏଲ ଖେଳକୁ ନେଇ ବେଟିଙ୍ଗ କରୁଥିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ସନ୍ଧ୍ୟାରେ ଗଜପତି ଜିଲ୍ଲା ଗରାବନ୍ଧ ଥାନା ପୁଲିସ ଏକ ଚାଉଳ ମିଲରେ ଚଢଉ କରିଥିଲା । ଚଢଉ ବେଳେ ବେଟିଙ୍ଗ କରୁଥିବା ୧୦ଜଣ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ୪୩,୪୭୦ ଟଙ୍କା ପୁଲିସ ଜବତ କରିଥିବା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି ।

Comments are closed.