ଆଇପିଏଲ କ୍ରିକେଟ୍‍ : ରାଜସ୍ଥାନ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା

ଜୟପୁର : ଆଇପିଏଲ-୨୦୧୯ର ସୋମବାର ମ୍ୟାଚରେ ରାଜସ୍ଥାନର ସୱାଇ ମନସିଙ୍ଗ ଷ୍ଟାଡିୟମରେ ରାଜସ୍ଥାନ ରୟାଲସ୍ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ୪୦ତମ ମ୍ୟାଚ୍ ଆଉ କିଛି ସମୟ ମଧ୍ୟରେ ରାତି ୮ଟାରେ ଅନୁଷ୍ଠିତ ହେବ।
ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲସ୍ ଦଳ ୯ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ମାତ୍ର ତିନୋଟି ମ୍ୟାଚରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟ୍ ଟେବୁଲରେ ୬ପଏଣ୍ଟ୍ ସହ ୭ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲସ୍ ବର୍ତ୍ତମାନ ସୁଦ୍ଧା ୧୦ଟି ମ୍ୟାଚ୍ ଖେଳି ସେଥିରୁ ୬ଟିରେ ବିଜୟୀ ହେବାସହ ୪ଟି ମ୍ୟାଚରେ ପରାଜୟ ବରଣ କରିଛି। ଯାହାଦ୍ବାରା ଦଳ ୧୨ ପଏଣ୍ଟ୍ ସହ ୩ୟ ସ୍ଥାନରେ ରହିଛି।

Comments are closed.