ଆଇପିଏଲ କ୍ରିକେଟ୍-୨୦୧୯ : ଆଜି(ଶୁକ୍ରବାର) କୋଲକତା-ବାଙ୍ଗାଲୋର ମୁହାମୁହିଁ

କୋଲକାତା : ଆଇପିଏଲ-୨୦୧୯ର ଶୁକ୍ରବାର ମ୍ୟାଚରେ କୋଲକତାର ଇଡେନ ଗାର୍ଡେନ ଗ୍ରଉଣ୍ଡରେ କୋଲକତା ନାଇଟ ରାଇଡରସ୍ ଓ  ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ମଧ୍ୟରେ ୩୫ତମ ମ୍ୟାଚ୍ ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।
ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା କୋଲକତା ନାଇଟ ରାଇଡରସ୍ ଦଳ ୮ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ୪ଟିରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟ୍ ଟେବୁଲରେ ୮ପଏଣ୍ଟ୍ ସହ ୬ଷ୍ଠ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲାର ପାଇଁ ଚଳିତ ଆଇପିଏଲ ଭଲ ହେଉନାହିଁ। ଲଗାତାର ଭାବେ ଦଳର ଖରାପ ପଦର୍ଶନ ଜାରିରହିଛି। କୋହଲିଙ୍କ ଅଧିନାୟକତ୍ବରେ ବାଙ୍ଗାଲାର ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳି ସେଥିରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଯାହାଦ୍ବାରା ଦଳ ୨ ପଏଣ୍ଟ୍ ସହ ୮ମ ସ୍ଥାନରେ ରହିଛି।

 

Comments are closed.