ଆଇପିଏଲ୍ – ୨୦୧୮ : ବାଙ୍ଗାଲୋର-ଚେନ୍ନଇ ଏବଂ ହାଇଦରାବାଦ-ଦିଲ୍ଲୀ ମଧ୍ୟରେ ମୁକାବିଲା

0

ପୁଣେ/ହାଇଦରାବାଦ : ଆଇପିଏଲ୍ କ୍ରିକେଟର ଚଳିତ ସଂସ୍କରଣ ଦିନକୁ ଦିନ ବେଶ ରୋମାଞ୍ଚକର ସ୍ଥିତିରେ ପହଞ୍ଚିବାରେ ଲାଗିଛି।  ଅନେକ ଦଳ ବେଶ ଭଲ ପ୍ରଦର୍ଶନ କରି ନିଜ ସ୍ଥିତିରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି।  ଆଜି ଆଇପିଏଲ୍ ରେ ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି। ପ୍ରଥମ ମ୍ୟାଚ ପୁଣେରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନଇ ସୁପର କିଙ୍ଗସ ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ  ରାତି ୮ଟାରେ ଦ୍ବିତୀୟ ମ୍ୟାଚ ସନ୍‍ରାଇଜର୍ସ ହାଇଦରାବାଦ ଓ ଦିଲ୍ଲୀ ଡେୟାର ଡେଭିଲସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ ।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବର୍ତ୍ତମାନ ପଏଣ୍ଟ ତାଲିକାରେ ୫ମ ସ୍ଥାନରେ ରହିଛି । ଦଳ ମୋଟ ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ସେହିପରି ସୁପର କିଙ୍ଗସ  ୯ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୩ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟ  ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଦିଲ୍ଲୀ ଡେୟାର ଡେଭିଲସ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଥିବା ବେଳେ ସନ୍‍ରାଇଜର୍ସ ହାଇଦରାବାଦ  ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହିତ ୧୨ ପଏଣ୍ଟ ହାସଲ କରି ଶୀର୍ଷ ବା ପ୍ରଥମ ସ୍ଥାନରେ ରହିଛି।

ଅନ୍ୟ ଚାରୋଟି ଦଳ କଲକାତା ନାଇଟ ରାଇଡର୍ସ ୯ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୪ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି । କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହିତ ୧୦ପଏଣ୍ଟ ସହିତ ୪ର୍ଥ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲସ ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି। ମୁମ୍ବଇ ଇଣ୍ଡିଆନ୍‍ସ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ  ରହିଛି।

Leave A Reply