ଆସନ୍ତାବର୍ଷ ବଜାରକୁ ଆସିବ ଆପଲର ସବୁଠାରୁ ଶସ୍ତା ଫୋନ

ନୂଆଦିଲ୍ଲୀ : ଆମେରିକାର ନାମୀଦାମୀ ଟେଲିକମ୍ କମ୍ପାନୀ ଆପଲ ଆସନ୍ତାବର୍ଷ ଏକ ଶସ୍ତା ଫୋନ ଲଞ୍ଚ କରିବାକୁଯାଉଛି। ଏହି ଫୋନର ଡିଜାଇନ୍ ଆଇଫୋନ-୮ ଭଳି କରାଯିବ। ଆପଲର ଏହି ଫୋନ ୨୮ହଜାର ଟଙ୍କା ମୂଲ୍ୟରେ ବଜାର ପ୍ରବେଶ ହେବ ବୋଲି ସୂଚନା ମିଳିଛି।

pic courtesy-amarujala

ସୂଚନା ଅନୁସାରେ, ଆପଲର ଏହି ଫୋନରେ ଏ-୧୩ ପ୍ରୋସେସର ଏବଂ ୩ଜିବି ରାମ+୬୪ଜିବି ଇଣ୍ଟରନାଲ ଷ୍ଟୋରେଜ ସପୋର୍ଟ ମିଳିବ। ଫୋନର ସୁରକ୍ଷା ଦୃଷ୍ଟିରୁ ଏଥିରେ ଫେସ୍ ଆଇଡିର ଫିଚର ଦଆଯିବ।
ଫୋନରେ ଆଇଫୋନ-୧୧ ଭଳି ସେଟଅପ ଦିଆଯିବ ଏବଂ ଏହି‌ ଫୋନରେ ଭଲ କ୍ଲାରିଟିର ଭିଡିଓ ରେକଡିଂ କରିହେବ।
ଫୋନରେ ଆଇଫୋନ-୮ ଭଳି ମଧ୍ୟ ବ୍ୟାଟେରୀ ରହିବ। ଏଥିରେ ୫ଇଞ୍ଚର ଡିସପ୍ଲେ ଦିଆଯିବ।

Comments are closed.