ଇଣ୍ଟେକ୍ସ ‘ଇଣ୍ଡି ୫’ ସ୍ମାର୍ଟଫୋନ୍‍ର ବଜାର ପ୍ରବେଶ

0

ନୂଆଦିଲ୍ଲୀ : ଅଗ୍ରଣୀ ବୈଦ୍ୟୁତିକ ସାମଗ୍ରୀ ନିର୍ମାଣକାରୀ କମ୍ପାନୀ ଇଣ୍ଟେକ୍ସ ପକ୍ଷରୁ ‘ଇଣ୍ଡି ୫’ ନାମକ ନୂଆ ସ୍ମାର୍ଟ ଫୋନ୍‍ର ବଜାର ପ୍ରବେଶ କରାଯାଇଛି। ଏବେ ଏହା କେବଳ ଫ୍ଲିପ୍‍କାର୍ଟରେ ଉପଲବ୍ଧ ରହିଛି। ଅନଲାଇନରେ ଫ୍ଲିପ୍‍କାର୍ଟରୁ ଏହି ମୋବାଇଲକୁ କିଣି ହେବ। ଏହାର ମୂଲ୍ୟ ୪,୯୯୯ ଟଙ୍କା ରହିଛି।
ଇଣ୍ଟେକ୍ସ ‘ଇଣ୍ଡି ୫’ ର ବିଶେଷତ୍ତ୍ୱ :
ଆଣ୍ଡ୍ରୋଏଡ଼୍‍ ଅପରେଟିଂ ସଫ୍ଟୱେର ବିଶିଷ୍ଟ ଏହି ସ୍ମାର୍ଟଫୋନ୍‍ର ବ୍ୟାଟେରୀ କ୍ଷମତା ରହିଛି ୪୦୦୦ ଏମ୍‍ଏଏଚ୍‍।
୫ ଇଞ୍ଚ୍‍ର ଆଇପିଏସ୍‍ ଏଚ୍‍ଡ଼ି ଡ଼ିସ୍‍ପ୍ଲେ।
୪ଜି ଭୋଲ୍ଟ।
୧.୨୫ଗିଗାହର୍ଜ(ଜିଏଚ୍‍ଜେଡ଼୍‍)ର କ୍ୱାଡ଼୍‍କୋର ପ୍ରୋସେସର୍‍।
୨ ଜିବି ଽାମ ଓ ୧୬ ଜିବି ଷ୍ଟୋରେଜ୍‍ ରହିଛିଯାହାକୁ ମେମୋରୀ କାର୍ଡ଼ ଜରିଆରେ ୧୨୮ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇ ପାରିବ।
୮ ମେଗାପିକ୍ସଲର ପଛ ଓ ଆଗ କ୍ୟାମେରା ତା’ସହ ଏଲିଡ଼ି ଫ୍ଲାସ୍‍ ଲାଇଟ୍‍ ମଧ୍ୟ ରହିଛି।
ଫୋନରେ ୨୨ ପ୍ରକାର ଭାରତୀୟ ଭାଷାର ସୁବିଧା ଦିଆଯାଇଛି।
ଏଥିରେ କ୍ୟୁଆର କୋଡ଼୍‍ ସ୍କାନର, ଗୀତ ଓ ଆମାଜନ୍‍ ପ୍ରାଇମ୍‍ ଭିଡ଼ିଓ ଭଳି ଆପ୍‍ ପ୍ରି-ଲୋଡେଡ଼୍‍ ରହିଛି।

Leave A Reply