ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ : ଜାଣନ୍ତୁ କିଭଳି ଆରମ୍ଭ ହେଲା ଏହାର ପାଳନ

ମୁମ୍ବଇ : ସାରା ବିଶ୍ୱରେ ୨୧ ଜୁନ୍‍ ଅର୍ଥାତ୍‍ ଆଜି ‘ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ’ ପାଳନ କରାଯାଉଛି। ୫ ହଜାର ବର୍ଷ ଧରି ଯୋଗ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଶ ହୋଇ ରହିଛି। ଯୋଗ କେବଳ ଆପଣଙ୍କ ଶରୀରକୁ ସୁସ୍ଥ ରଖେ ତାହା ନୁହେଁ, ବରଂ ମନକୁ ମଧ୍ୟ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ‘ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ’ ବିଷୟରେ କିଛି ରୋଚକ କଥା –

କିପରି ଆରମ୍ଭ ହେଲା ଯୋଗ ଦିବସ ପାଳନ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ୨୭ ସେପ୍ଟେମ୍ବର ୨୦୧୪ରେ ମୋଦୀ ଜାତିସଂଘ ମହାସଭାରେ ଏକସଙ୍ଗେ ଯୋଗ କରିବା ପ୍ରସଙ୍ଗ ଉଠାଇଥିଲେ। ଏହାପରେ ୧୧ ଡିସେମ୍ବର ୨୦୧୪ରେ ମହାସଭା ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲା ଏବଂ ବର୍ଷରେ ଥରେ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯିବାକୁ ଧାର୍ଯ୍ୟ କରାଗଲା। ତା’ପର ଠାରୁ ୨୧ ଜୁନକୁ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଗଲା।