୪ ଆନ୍ତଃରାଜ୍ୟ ଗହଣା ଚୋର ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ଧନୁପାଲି ପୁଲିସ ଗୁରୁବାର ୪ ଆନ୍ତଃରାଜ୍ୟ ଗହଣା ଚୋରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ ୩୫ ଗ୍ରାମ୍‍ର ସୁନା ଅଳଙ୍କାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ୭୦ ହଜାର। ଏହାବ୍ୟତୀତ ସେମାନଙ୍କଠାରୁ ନଗଦ ୧ ହଜାର ଟଙ୍କା, ସୁନା ଧୋଇବା ପାଉଡର, ତରଳ ପଦାର୍ଥ ଓ ବ୍ରଶ୍‍ ଜବତ ହୋଇଛି। ସେହିପରି ୨ଟି ବାଇକ୍‍ ମଧ୍ୟ ଜବତ କରାଯାଇଛି।
ଏମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଚୋରମାନେ ହେଲେ, ସୁରଜ କୁମାର(୨୪), ଦିନେଶ ପ୍ରତାପ ଶା ଓରଫ୍‍ ଟୁଣ୍ଟୁମାମା(୩୭), ଚନ୍ଦନ କୁମାର ଶା(୨୯) ଏବଂ ମହମ୍ମଦ ଅଶ୍ରଫ୍‍(୩୦)। ଏମାନଙ୍କ ନାମରେ ଜିଲାର ଅନ୍ୟାନ୍ୟ ଥାନାରେ ମଧ୍ୟ ସୁନା ଚୋରୀ ନେଇ ମାମଲା ରହିଛି।

Comments are closed.