ମେଟ୍ରୋ ଟ୍ରେନର ଚଟଣାରେ ବସିବା ଲୋକଙ୍କଠାରୁ ସର୍ବାଧିକ ଜୋରିମାନା ଆଦାୟ

0

ନୂଆଦିଲ୍ଲୀ .-  ମେଟ୍ରୋରେ ଯାତ୍ରା କରିବା ସମୟରେ  ଚଟାଣରେ ବସିବା ଯୋଗୁଁ ସର୍ବଧିକ ଯାତ୍ରୀ ଜୋରିମାନା ଦେଇଛନ୍ତି ।  ଏହି ଜୋରିମାନାର ପରିମାଣ ଅନ୍ୟ ଜୋରିମାନାଠାରୁ ବି ଅଧିକ ।  ଏଥିପାଇଁ ଅଗଷ୍ଟମାସ ସୁଦ୍ଧା ୨୨ ,୬୯୯ ଜଣ ଜୋରିମାନା ଦେଇଛନ୍ତି । ସେହିପରି ଦିଲ୍ଲୀ ମେଟ୍ରୋରେ   ଦିଆଯଉଥିବା ଟୋକନ୍‌ ନ ଫେରାଇ ପଳାଉଥିବା ୨,୮୭୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।  ମହିଳାଙ୍କପାଇଁ ଉଦିଷ୍ଟ କୋଚ୍‌ରେ ଯାତ୍ରା କରୁଥିବା ୨,୨୭୮ ଜଣ ପୁରୁଷଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି ।

ମେଟ୍ରୋ ଟ୍ରେନମାନଙ୍କରେ ଅସୁବିଧା ସୃଷ୍ଟିକରିବା , ପାନ ଛେପ ପକାଇବା ଅଭିଯୋଗରେ ୬୦୪ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି । ହେଲେ ଚଟାଣରେ ବସିବା ସମୟରେ ଜୋରିମାନା ଆଦାୟକୁ ଅନେକ ଯାତ୍ରୀ ବିରୋଧ କରୁଛନ୍ତି । ଦୀର୍ଘ ସମୟ ଧରି ଯାତ୍ରା କରୁଥିବା ଓ ଦୂର ସ୍ଥାନକୁ ଯାତ୍ରା କରୁଥିବା ବେଳେ ବସିବା ଆବଶ୍ୟକ ବୋଲି କହିଛନ୍ତି ।  ମେଟ୍ରୋରେ ବସିବା ଯୋଗୁଁ ୨୪.୧୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

Leave A Reply