ବିଷାକ୍ତ ଛତୁ ଖାଇ ୩ ଗୁରୁତର

0

ପାଟଣା :  ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଗିଖୋଜି ଗ୍ରାମରେ ଘଟିଛି। ଗୁରୁତରଙ୍କ ମାନେ ହେଲେ ସାଇବାଣୀ ବିଶ୍ବାଳ (୬୫) ଓ ତାଙ୍କର ଦୁଇ ନାତୁଣୀ ରାନୀ ବିଶ୍ବାଳ (୮), ରୁନୀ ବିଶ୍ବାଳ (୩)। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପାଟରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଜେଜେମା’ ଜଙ୍ଗଲରୁ ଛତୁ ଆଣି ରୋଷେଇ କରିଥିଲେ। ତାପରେ ତାକୁ ଜେଜେମା’ ଓ ତାଙ୍କର ଦୁଇ ଜଣ ନାତୁଣୀ ଖାଇବା ପରେ ଗୁରୁତର ହୋଇଯାଇଥିଲେ।

 

Leave A Reply