ଭାରତର ବିଶ୍ବକପ ପ୍ରସ୍ତୁତି: ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦

ହାଇଦ୍ରାବାଦ: ଆସନ୍ତାକାଲିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ କରିବ ଭାରତ। ଆସନ୍ତାକାଲି ସନ୍ଧ୍ୟା ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତଜାର୍ତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବିଶ୍ବକପ୍ ପୂର୍ବରୁ ଭାରତ ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଇଛି। ଭାରତୀୟ କ୍ରିକେଟ୍ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ସିରିଜରେ ପ୍ରଥମ ମ୍ୟାଚରୁ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଟି-୨୦ ସିରିଜ ପାଇଁ ବିରାଟ ବାହିନୀ ପ୍ରସ୍ତୁତ ରହିଥିବା ବିରାଟ କୋହଲି ପ୍ରେସମିଟ୍ କରିକହିଛନ୍ତି। ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଗତ ୨ ବର୍ଷ ମଧ୍ୟରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ବିରାଟ ବାହିନୀ ବିଜୟ ଅଭିଯାନ ଜାରି ରଖିବା ପାଇଁ ପଡିଆକୁ ଓହ୍ଲାଇବ।
ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ମ୍ୟାଚ କେରଳର ଥିରୁବନ୍ତପୁରମସ୍ଥିତ ଗ୍ରିନ୍ ଫିଲ୍ଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ତୃତୀୟ ମ୍ୟାଚ୍ ଖେଳାଯିବ।

ୱେଷ୍ଟଇଣ୍ଡିଜ୍ ଟିମ୍: କିରଣ ପୋଲାର୍ଡ (ଅଧିନାୟକ), ଫାବିୟାନ ଏଲାନ, ଶେଲଡନ କ୍ରାଟେଲ, ଶିମରନ ହେଟମେୟାର, ଜେସନ ହୋଲ୍ଡର, କିମା ପଲ, ବ୍ରେଣ୍ଡନ କିଙ୍ଗ, ଏଭିନ ଲୁଇସ, ଏଭିନ ଲୁଇସ, ଖେରି ପିୟରେ, ନିକୋଲାସ ପୁରଣ, ଦିନେଶ ରାମଦିନ(ୱିକେଟ କିପର), ଶେରଫେନ ରଦରଫୋର୍ଡ, ଲେଣ୍ଡଲ ସିମସନ, କେସରିକ ଓ୍ଵିଲିୟମ, ହେଡନ ଓ୍ଵାଲ୍ସ ଜୁନିୟର।

ଭାରତୀୟ ଟିମ୍: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା( ଉପ ଅଧିନାୟକ), ସଂଜୁ ସାମସନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ଶିବମ ଦୁବେ, ଓ୍ଵାସିଂଟନ ସୁନ୍ଦର, ରବୀନ୍ଦ ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଭୁବନେଶ୍ୱର କୁମାର।

Comments are closed.