ବାଂଲାଦେଶ ବିପକ୍ଷ ଟେଷ୍ଟ ପୂର୍ବରୁ ବିରାଟଙ୍କ ରଣ ହୁଙ୍କାର, କହିଲେ ଭାରତୀୟ ଖେଳାଳିଙ୍କ ବିଶ୍ବାସ ଏବଂ ସମନ୍ବୟ ପାଇଁ ଆମେ ଏକ ନମ୍ବର

ଇନ୍ଦୋର: ଗୁରୁବାର ଖେଳାଯିବ ଭାରତ ଏବଂ ବାଂଲାଦେଶ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ଚଳିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ପ୍ରଥମ ଟେଷ୍ଟ ପୂର୍ବରୁ ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ପ୍ରେସ କଫରେନ୍ସ କରିଛନ୍ତି। ଏଥିରେ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ଗୁରୁତ୍ବର ସହ ନେଉଥିବା କହିଛନ୍ତି। ବିରାଟ କହିଛନ୍ତି ବାଂଲାଦେଶକୁ ଭାରତ ଟି-୨୦ ସିରିଜରେ ୨-୧ରେ ପରାସ୍ତକରିଥିଲେ ମଧ୍ୟ ହାଲକାରେ ନେବ ନାହିଁ କାରଣ ବାଂଲାଦେଶର ବୋଲିଂ ବିଭାଗ ଶକ୍ତଶାଳୀ ରହିଛି। ବହୁତ ସମୟରେ ବାଂଲାଦେଶ ଭାରତକୁ ଅଡୁଆରେ ପକାଇଛି। କୋହଲି କହିଛନ୍ତି ଯେ, ଇନ୍ଦୋରରେ ୨୦୧୬ରେ ହୋଇଥିବା ପ୍ରଥମ ଟେଷ୍ଟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା, ମାତ୍ର ବାକି ଷ୍ଟାଡ଼ିୟମକୁ ଦର୍ଶକଙ୍କ ସଂଖ୍ୟା କମ୍ ରହିଥିଲା। ଟେଷ୍ଟ କ୍ରିକେଟକୁ ସବୁଠୁ ଉପରେ ରଖିବା ଲାଗି ମୋର ଏହା ବିଚାରରେ ଯେ ଦେଶରେ ୫ଟି ଟେଷ୍ଟ କେନ୍ଦ୍ର ହେବା ଉଚିତ୍। ନିକଟରେ ସେ କହିଥିଲେ ଯେ, ଦେଶରେ ଅତି କମରେ ୫ଟି ଟେଷ୍ଟ କେନ୍ଦ୍ର ହେବା ଉଚିତ୍, ଯାଦ୍ଵାରା ଦର୍ଶକଙ୍କୁ ଷ୍ଟାଡ଼ିୟମକୁ ଆସିବାକୁ ପ୍ରେରିତ କରାଯାଇ ପାରିବ।
ଟେଷ୍ଟରେ ଭାରତର ସଫଳତାର ରହସ୍ୟ
କୋହଲି କହିଛନ୍ତି ‘ମୋତେ ଲାଗୁଛି ଭାରତୀୟ ଖେଳାଳି ଯେଉଁ ଭଳି ଭାବେ ଭରସା ଏବଂ ସାଥି ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରଖିଛନ୍ତି ତାହା ହିଁ ଭାରତକୁ ଲଗାତାର ସଫଳତା ଦେଇ ଚାଲିଛି ଏବଂ ଭାରତୀୟ ଦଳ କ୍ରମାଗତ ଉନ୍ନତ ପଦର୍ଶନ କରିପାରୁଛି। ଇନ୍ଦୋର ଟେଷ୍ଟ ପୂର୍ବରୁ ବିରାଟ ଭାରତୀୟ ବୋଲରଙ୍କୁ ପ୍ରଶଂସା କରିଛନ୍ତି। ବିରାଟ କହିଛନ୍ତି ଉମେଶ ଯାଦବ ଯେପରି ଉନ୍ନତ ପଦର୍ଶନ କରିଚାଲିଛନ୍ତି ଏବଂ ଇଶାନ୍ତ ଶର୍ମା ପୂର୍ବ ଟେଷ୍ଟ ସିରିଜରେ ମଧ୍ୟ ଦମଦାର ପଦର୍ଶନ କରିଥିଲେ। ମହମ୍ମଦ ଶାମି ଏବଂ ଯଶପ୍ରୀତ ବୁମ୍ରା ମଧ୍ୟ ଭାରତୀୟ ଟେଷ୍ଟ ସଫଳତାର ଏକ ପ୍ରମୁଖ ଅଂଶ।
ପିଙ୍କ ବଲରେ ଖେଳିବା ମୁସ୍କିଲ
ଇନ୍ଦୋରରେ ପ୍ରଥମ ଟେଷ୍ଟ ପରେ ଭାରତ ଦ୍ବିତୀୟ ଟେଷ୍ଟ କଲକତାର ଇଡେନ ଗାର୍ଡେନରେ ଖେଳିବ ଏବଂ ଏହି ଟେଷ୍ଟରେ ପ୍ରଥମ ଥର ପାଇଁ ଦିବା-ରାତ୍ରୀ ଟେଷ୍ଟ ଭାବେ ଖେଳାଯିବ । ପିଙ୍କ ବଲରେ ଖେଳାଯିବାକୁ ଥିବା ଏହି ଟେଷ୍ଟରେ ପିଙ୍କ ବଲରେ ପ୍ରଥମଥର ପାଇଁ ଖେଳିବେ ଉଭୟ ଦଳ ।ପୂର୍ବରୁ ଉଭୟ ଦଳ କେବେ ଦିବା-ରାତ୍ରୀ ଟେଷ୍ଟ ମ୍ୟାଚ ପିଙ୍କ ବଲରେ ଖେଳିନଥିବାରୁ ଏହି ମ୍ୟାଚ ଉଭୟ ଦଳ ପାଇଁ ମୁସ୍କିଲ ହେବ ବୋଲି ବିରାଟ କହିଛନ୍ତି।

Comments are closed.