୯୦୦ବର୍ଷର ମରୁଡ଼ି ଯୋଗୁଁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

0

ଖଡ଼ଗପୁର: ପ୍ରାୟ ୯୦୦ ବର୍ଷର ଲଗାତାର ମରୁଡ଼ି ଯୋଗୁଁ ସିନ୍ଧୁ ସଭ୍ୟତା ଧ୍ୱଂସ ପାଇଥିଲା। ଆଇଆଇଟି ଖଡ଼ଗପୁରର ଏକ ଗବେଷକ ଦଳ ଏହି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି। ପୂର୍ବରୁ ଏକ ଧାରଣା ରହି ଆସିଥିଲା ଯେ ସିନ୍ଧୁ ସଭ୍ୟତାରେ ୨୦୦ ବର୍ଷର ମରୁଡ଼ି ଦେଖାଦେଇଥିଲା। ଭୂତତ୍ତ୍ୱ ଓ ଭୂପଦାର୍ଥ ବିଜ୍ଞାନ ବିଭାଗର ଗବେଷକମାନେ ବିଗତ ୫ ହଜାର ବର୍ଷର ମୌସୁମୀ ପ୍ରବାହ ଓ ପ୍ରକୃତି ଉପରେ ଗବେଷଣା କରି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି। ଖ୍ରୀଷ୍ଟପୂର୍ବ ୨,୩୫୦ରୁ ଖ୍ରୀଷ୍ଟପୂର୍ବ ୧,୪୫୦ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ହିମାଳୟ ପାର୍ବତ୍ୟାଞ୍ଚଳରୁ ବହୁଥିବା ବାୟୁରେ ଅସ୍ୱାଭାବିକତା ଯୋଗୁଁ ଉକ୍ତ ଅଞ୍ଚଳରେ ନଦନଦୀ, ଜଳାଶୟ ଆଦି ଶୁଷ୍କ ହୋଇଯାଇଥିଲା। ମରୁଡ଼ି ଦେଖାଦେବାରୁ ଲୋକମାନେ ସେହି ସ୍ଥାନ ଛାଡ଼ି ପୂର୍ବ ଓ ମଧ୍ୟ ଉତ୍ତରପ୍ରଦେଶ, ବିହାର ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଦକ୍ଷିଣ ବିନ୍ଧ୍ୟାଚଳ ଓ ଗୁଜରାଟ ଆଦି ସ୍ଥାନକୁ ଚାଲିଯାଇଥିଲେ।

Leave A Reply