ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ : ଭାରତର ଘାତକ ବୋଲିଂ, ବାଂଲାଦେଶ ୧୫୦ରନରେ ଅଲଆଉଟ୍

ଇନ୍ଦୋର : ଇନ୍ଦୋରର ହୋଲ୍‌କାର ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଭ୍ରମଣକାରୀ ବାଂଲାଦେଶ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ଖେଳାଯାଉଛି। ଗୁରୁବାର ସକାଳ ୯ଟା୩୦ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରି  ଭାରତର ଘାତକ ବୋଲିଂ ଆଗରେ ମାତ୍ର ୧୫୦ରନରେ ଅଲଆଉଟ୍ ହୋଇଯାଇଛି। ଏହାର ଜବାବବରେ ଭାରତ ନିଜର ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଭାରତ ୨୫ଓଭର ଖେଳି ରୋହିତ ଶର୍ମାଙ୍କର ଗୋଟିଏ ୱିକେଟ୍ ହରାଇ ୮୪ରନ ସଂଗ୍ରହ କରିଛି।

Comments are closed.