ଲୌହ ମହିଳାଙ୍କ ଅଲିଗଡ଼ ସହ ଗଭୀର ସମ୍ବନ୍ଧ

0

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଅଲିଗଡ଼ ସହ ଗଭୀର ସମ୍ବନ୍ଧ ରହିଛି। ଅଲିଗଡ଼ରେ ସେ ବହୁବାର ଜନସଭା ଏବଂ ଅନ୍ୟ ସମାରୋହରେ ଯୋଗ ଦେଇଥିଲେ। ୧୯୭୪ରେ ପ୍ରଥମ ଥର ଲୌହ ମହିଳାଙ୍କର ଆଗମନ ଅଲିଗଡ଼ ଜିଲାକୁ ହୋଇଥିଲା। ସେ ଅଲିଗଡ଼କୁ ୪ ଥର ଆସିଥିଲେ ଓ ଜନସାଧାରଣଙ୍କ ନିକଟରେ ନିଜ ବ୍ୟକ୍ତିତ୍ୱର ଗଭୀର ଛାପ ଛାଡ଼ି ଦେଇଥିଲେ।
ଏହି ଅଲିଗଡ଼ ସହ ତାଙ୍କର ଅତୁଟ ସମ୍ବନ୍ଧ ଥିଲା। ଜନସଭା ନିର୍ବାଚନ, ଉଦଘାଟନ ସମାରୋହ, ଅନ୍ୟ ନିର୍ବାଚନ ବୈଠକରେ ପାଇଁ ସେ ଏଠାକୁ ଆସିଥିଲେ। ୧୯୭୪ ରେ ସେ ପ୍ରଥମେ ଅଲିଗଡ଼କୁ ଆସିବା ପରେ ସେ କାସିମପୁର ପାୱାର ହାଉସ ଏବଂ ସାଥା ଚିନି ମିଲ୍‍ର ଉଦଘାଟନ କରିଥିଲେ।୧୯୭୭ ମସିହାରେ ସେ ପିସାବା କୁମ୍ବର ଦେବେନ୍ଦ୍ର ପାଲ ସିଂହଙ୍କ ଦ୍ୱାରା ଆୟୋଜିତ ହୋଇଥିବା ନିର୍ବାଚିନ ସଭାରେ ସେ ଅଂଶ ଗ୍ରହଣ କରିଥିଲେ। ଏହା ସହ ସେ ଜନମାନସକୁ ସମ୍ବୋଧିତ କରିଥିଲେ। ଜନସଭା ନିର୍ବାଚନ ପରେ ତାଙ୍କର ଆଗମନ ୧୯୭୮ ମସିହାରେ କଂଗ୍ରେସ ନେତା ଅହମ୍ମଦ ଲୁତ୍‍ ଖାଁଙ୍କ କନ୍ୟାର ବିବାହ ସମାରୋହରେ ହୋଇଥିଲା। ୧୯୮୦ ମସିହାରେ ତାଙ୍କର ଅଲିଗଡ଼କୁ ଶେଷ ଥର ପାଇଁ ଯାଇଥିଲେ।
ତାଙ୍କୁ ଲୌହ ମହିଳା ଭାବରେ ସମ୍ବୋଧିତ କରାଯାଏ। କାରଣ ତାଙ୍କ ଭିତରେ ସର୍ବଦା ଭାରତକୁ ପ୍ରସିଦ୍ଧି ଓ ବିକାଶ ପଥରେ ଆଗେଇ ନେବା ତାଙ୍କର ମୁଖ୍ୟ ଲକ୍ଷ ଥିଲା। ସେ ସର୍ବଦା ସାଧାରଣ ଲୋକଙ୍କର ଆର୍ଥିକ ଓ ମୌଳିକ ସୁବିଧା ଗୁଡ଼ିକ ପୂରଣ କରିବା ପାଇଁ ଚେଷ୍ଟା କରିଥିଲେ।
ଆଲେଖ୍ୟ ସସ୍ମିତା ମହାନ୍ତି

Leave A Reply