ରିଲିଜ୍‍ ହେଲା ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତା ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‍ ହୋଇଛି। ଅର୍ଜୁନ କପୁର ନିଜେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହାସହିତ ଚଳଚ୍ଚିତ୍ରର ଟିଜର କାଲି ଆସିବ ବୋଲି ସେ ଲେଖିଛନ୍ତି। ପୋଷ୍ଟରରେ କାହାଣୀକୁ ନେଇ ଅଧିକ କିଛି ତଥ୍ୟ ଉନ୍ମୋଚନ କରାଯାଇନାହିଁ। ଏଥିରେ ଅର୍ଜୁନଙ୍କ କ୍ରୋଧିତ ରୂପ ସହ ଅଧା ମୁହଁ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ରାଜକୁମାର ଗୁପ୍ତା ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚଳଚ୍ଚିତ୍ରରେ ଅର୍ଜୁନଙ୍କ ବ୍ୟତୀତ ଅମୃତା ପୁରୀ ଓ ରାଜେଶ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ ଚଳିତ ବର୍ଷ ୨୪ ମେ’ରେ ମୁକ୍ତିଲାଭ କରିବ।

Comments are closed.