ରେଳ ଷ୍ଟେସନରେ ଖୋଲିବ ସପିଂ ମଲ

0

ନୂଆଦିଲ୍ଲୀ : ଭାରତର ରେଳ ଷ୍ଟେସନଗୁଡ଼ିକରେ ଖୁବଶୀଘ୍ର ସପିଂମଲ ଖୋଲାଯିବ। ଏଥିସହିତ ମଲ୍ଟିପ୍ଲେକ୍ସ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ। ଭାରତୀୟ ରେଳ ବିଭାଗ ଅଧିକାରୀ ଶୁକ୍ରାବର ଏହି ସୂଚନା ଦେଇଛନ୍ତି ।

ଅଧିକାରୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ଭାରତୀୟ ରେଳ ଷ୍ଟେସନ ବିକାଶ ନିଗମ(ଆଇଆରଏସଡିସି) ପିବିଆର ସିନେମା, ବିଗ ବଜାର ଓ ସପର୍ସ ସପ ଭଳି ବଡ ବଡ଼ କମ୍ପାନୀ ସହ କଥାବାର୍ତ୍ତା କରୁଛି । ଏଥିପାଇଁ ପ୍ରଥମ ପ୍ରଯ୍ୟାୟରେ ଗୁଜରାଟ ରାଜଧାନୀ ଗାନ୍ଧୀନଗର ଏବଂ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ହବିବଗଞ୍ଜ ରେଳ ଷ୍ଟେସନକୁ ଚୟନ କରାଯାଇଛି। ଆଇଆରଏସଡିସିର ପ୍ରବନ୍ଧକ ନିର୍ଦ୍ଦେଶକ ଏସ୍‍ କେ ଲୋହିଆଙ୍କ କହିବା ଅନୁସାରେ ଖୁବଶୀଘ୍ର ଗାନ୍ଧୀନଗର ରେଳ ଷ୍ଟେସନରେ ପିବିଆର ପକ୍ଷରୁ ମଲ୍ଟିପ୍ଲେକ୍ସ ଖୋଲିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ତିନି କମ୍ପାନୀ ରେଳ ବିଭାଗ ସହ ବୁଝାମଣା କରିଛନ୍ତି ଓ ଆଗକୁ ଅନ୍ୟ କମ୍ପାନୀ ସହ ଚୁକ୍ତି ଓ ବୁଝାମଣା କରାଯିବ ବୋଲି ଜଣାପଡିଛି ।
ପ୍ରକାଶଯୋଗ୍ୟ ଯେ ଗାନ୍ଧୀନଗର ଏବଂ ହବିବ୍‍ଜଙ୍ଗ ରେଳ ଷ୍ଟେସନ ପୁର୍ଣ୍ଣାଙ୍ଗ କାମ ୨୦୧୯ ଜାନୁଆରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଆଶା ରହିଛି। ଦୁଇ ରେଳ ଷ୍ଟେସନରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ଲୋହିଆ ପ୍ରକାଶ କରିଛନ୍ତି ।

Leave A Reply