ସେନା ଟୋପି ପିନ୍ଧି ମ୍ୟାଚ ଖେଳିଲା ଭାରତୀୟ ଦଳ ; ସହିଦ୍ ପରିବାରକୁ ମିଳିବ ମ୍ୟାଚ ଅର୍ଥରାଶି

0

ରାଞ୍ଚି : ଭାରତୀୟ କ୍ରିକେଟ ଦଳ ରାଞ୍ଚିସ୍ଥିତ ଜିଏସସିଏ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁଛି। ଏହି ମ୍ୟାଚରେ ଭାରତୀୟ ଦଳ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ସିଆରପିଏଫ୍‍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସମସ୍ତ ଖେଳାଳି ସେନା ଟୋପି ପିନ୍ଧି ମ୍ୟାଚ ଖେଳୁଛନ୍ତି। ମହେନ୍ଦ୍ର ସିଂହ ଧୋନୀ ଖେଳାଳି ମାନଙ୍କୁ ଏହି ଟୋପି ବାଣ୍ଟିଛନ୍ତି। ଖେଳରେ ମିଳିଥିବା ସମସ୍ତ ଟଙ୍କା ସହିଦ୍ ପରିବାରକୁ ପଠାଇବା ପାଇଁ ଯୋଜନା କରାଯାଇଛି।
ସୂଚନାଯୋଗ୍ୟ ଯେ ଭାରତ ଅଷ୍ଟ୍ରେଲିଆ ୫ଦିନିକିଆ ଶୃଙ୍ଖଳାରେ ଭାରତ ଦୁଇଟି ମ୍ୟାଚ ଜିତି ସାରିଛି। ଶୁକ୍ରବାର ୩ୟ ଦିନିକିଆରେ ଭାରତ ଶୃଙ୍ଖଳା ଜିତିବା ପାଇଁ ଚେଷ୍ଟା କରିବ।
ଏହି ଟୋପିରେ ବିସିସିଆଇର ଲୋଗୋ ଲାଗିଛି। ଯବାନଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତୀୟ ଦଳର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

Leave A Reply