ଆତଙ୍କୀ ସନ୍ଦେହରେ ଟ୍ରକ ଚାଳକଙ୍କୁ ଗୁଳି

0

ଜମ୍ମୁ: ଜମ୍ମୁ-କାଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବଳୟକୁ ଆହୁରି କଡାକଡି କରାଯାଇଛି । ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନକୁ ସିଲ୍ କରି ଯାଞ୍ଚ ଚଳାଇଛନ୍ତି । ଏହି ସମୟରେ ଏକ ଅଘଟଣ ଘଟିଛି । ଆତଙ୍କୀ ସନ୍ଦେହରେ ଦ୍ରୁତ ଗତିରେ ଅସୁଥିବା ଏକ ଟ୍ରକ ଉପରକୁ ଯବାନମାନେ ଗୁଳି ଚଳାଇଛନ୍ତି । ଫଳରେ ଟ୍ରକ ଚାଳକ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆହତ ଚାଳକଙ୍କ ପରିଚୟ ମିଳିଛି । ତାଙ୍କ ନାମ ହେଉଛି ନରେଶ କୁମାର ଓ ସେ କଠୁଆର ବାସିନ୍ଦା ବୋଲି ଜଣାପଡିଛି ।

ଡିଏସପି ଦୀପକ ଡଗରାଙ୍କ ସୂଚନା ଅନୁଯାୟୀ, ଦୁଇଟି ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ ସେନାର ଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ଯବାନମାନେ ଟାର୍ଗେଟ କରିଥିଲେ । ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଆହତ ନରେଶଙ୍କ ଭାଇଙ୍କ କହିଛନ୍ତି ଯେ, ଜମ୍ମୁର ଚଡ୍ଡା ଅଞ୍ଚଳରୁ କାମ ସାରି ଫେରୁଥିବା ବେଳେ ସେନାର ଏକ ଗାଡି ଟ୍ରକ୍ ସାମ୍ନାକୁ ଆସିଥିଲା ଓ ପରେ ଯବାନମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ନରେଶଙ୍କୁ ଛାଡି ସେଠାରୁ ଚାଲି ଯାଇଥିଲେ । ଟ୍ରକ ମାଲିକ ଘଟଣାସ୍ଥଳରେ ପହଞ୍ଚି ଆହତ ନରେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Leave A Reply