ଗାଈ ଜଗୁଆଳ ଦେଇଥିଲେ ପାକିସ୍ତାନ କାର୍‍ଗିଲ କବ୍‍ଜା କରିବାର ସୂଚନା

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ପାକିସ୍ତାନୀ ସେନାର ପ୍ରାୟ ୫୦୦୦ ସୈନିକ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରି ୩ ମେ’ ୧୯୯୯ରେ କାର୍‍ଗିଲର ଉଚ୍ଚ ପାହାଡ଼ଗୁଡ଼ିକୁ କବ୍‍ଜା କରି ନେଇଥିଲେ। ଏହି ସୂଚନା ଜଣେ ଗାଈ ଜଗୁଆଳ ଭାରତୀୟ ସେନାକୁ ଦେଇଥିଲେ। ଖବର ପାଇବା ପରେ ଭାରତୀୟ ସେନା ଯେତେବେଳେ ପାଟ୍ରୋଲିଂ କରିବାକୁ ଗଲା, ସେତେବେଳେ ପାକ୍‍ ସେନା ସେମାନଙ୍କୁ ବନ୍ଦୀ କରି ନେଇଥିଲେ। ଏହାସହିତ ୫ ଜଣ ଭାରତୀୟ ଯବାନଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ପାକିସ୍ତାନୀ ସେନା ଭାରତୀୟ ସେନା ଶିବିରକୁ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା।

Comments are closed.