ଡ଼ିସେମ୍ବର ୬ରୁ ଭାରତ-ଇଣ୍ଡିଜ୍ ସରିଜ : ସରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଡିସେମ୍ବରରୁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଭାରତ ଗସ୍ତରରେ ଆସୁଛନ୍ତି। ଏହି ଗସ୍ତରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ଡ଼ିସେମ୍ବର ୬ରୁ ହାଇଦରାବାଦରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ନିକଟରେ ବାଂଲାଦେଶଠାରୁ ସିରିଜ ବିଜୟ ପରେ ଭାରତର ମନବଳ ଦୃଢ ରହିଛି। ତେଣୁ ପୁଣି ୱେଷ୍ଟଇଣ୍ଡିଜ ବିପକ୍ଷରେ ଉଭୟ ତିନିଟିକାଆ ଏକଦିବସୀୟ ଓ ଟ୍ବେଣ୍ଟି-୨୦ ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ପଡ଼ିଆକୁ ଓହ୍ଲାଇବ। ଭାରତ ପକ୍ଷରୁ ଉଭୟ ସିରିଜରେ କିଙ୍ଗ କୋହଲି ଅଧିନାୟକ ଓ ହିଟ୍ ମ୍ୟାନ ରୋହିତ ଶର୍ମା ଉପଅଧିନାୟକ ଭାର ସମ୍ଭାଳିବେ।

pic courtesy-india today

ୱେଷ୍ଟଇଣ୍ଡିଜ ପକ୍ଷରୁ କୈରନ୍ ପୋଲାର୍ଡ ଉଭୟ ଦଳର ନେତୃତ୍ବ ନେବେ। ସେହିଭଳି ଦିନିକିଆ ଦଳରେ ସାଇ ହୋପ୍ ଓ ଟ୍ବେଣ୍ଟି-୨୦ ଦଳରେ ନିକୋଲାସ୍ ପୁରନ୍ ଉପଅଧିନାୟକ ଭାବେ ଦାୟିତ୍ବ ତୁଲାଇବେ।

pic courtesy-news18.com

ଉଭୟ ଦଳ ମଧ୍ୟରେ ପ୍ରଥମେ ତିନୋଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ………………….
ପ୍ରଥମ ଟ୍ବେଣ୍ଟି -୨୦ – ଡିସେମ୍ବର ୬(ହାଇଦରାବାଦ)
ଦ୍ବିତୀୟ ଟ୍ବେଣ୍ଟି -୨୦ – ଡିସେମ୍ବର ୦୮(ତିରୁୱନନ୍ତପୁରମ୍)
ତୃତୀୟ ଟ୍ବେଣ୍ଟି -୨୦ – ଡିସେମ୍ବର ୧୧(ମୁମ୍ବଇ)
ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତିନୋଟି ଏକଦିବସୀୟ ମ୍ୟାଚ…………….
ପ୍ରଥମ ଏକଦିବସୀୟ – ଡିସେମ୍ବର ୧୫(ଚେନ୍ନଇ)
ଦ୍ବିତୀୟ ଏକଦିବସୀୟ – ଡିସେମ୍ବର ୧୮(ବିଶାଖାପାଟଣା)
ତୃତୀୟ ଏକଦିବସୀୟ – ଡିସେମ୍ବର ୨୨ (କଟକର ବାରବାଟୀ ଷ୍ଟାଡିୟମ୍‌)

pic courtesy-mykhel

ଏପର୍ଯ୍ୟନ୍ତ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ଓ ଟ୍ବେଣ୍ଟି-୨୦ ମ୍ୟାଚ୍……
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏପର୍ଯ୍ୟନ୍ତ ୧୨୮ଟି ଏକଦିବସୀୟ ଓ ୧୪ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯାଇଛି। ୧୨୮ଟି ଏକଦିବସୀୟ ମ୍ୟାଚରୁ ୬୧ଟି ମ୍ୟାଚରେ ଭାରତ ବଜୟୀ ହୋଇଥିବାବେଳେ ୬୨ଟି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିଜୟ ଲାଭ କରିଛି। ୨ମ୍ୟାଚ୍ ଟାଇ ହୋଇଥିବାବେଳେ ୨ଟି ଡ଼୍ର ହୋଇଛି। ସେହିଭଳି ଉଭୟ ଦଳ ମଧ୍ୟରେ ସମୁଦାୟ ଖେଳାଯାଇଥିବା ୧୪ଟି ଟ୍ବେଣ୍ଟି-୨୦ ମ୍ୟାଚ ମଧ୍ୟରୁ ୮ଟି ମ୍ୟାଚକୁ ଭାରତ ହାତେଇ ଥିବାବେଳେ ୫ଟିରେ ୱେଷ୍ଟଇଣ୍ଡିଜ ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚ ଅମିମାଂଶିତ ରହିଛି।

Comments are closed.