ଭାରତର ଧୂଆଁଧାର ବ୍ୟାଟିଂ : ୱେଷ୍ଟଇଣ୍ଡିଜ ପାଇଁ ୨୪୧ରନର ବିଜୟ ଲକ୍ଷ୍ୟ
ମୁମ୍ବଇ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଜାରି ରହିଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ପାଖରେ ବିଶାଳ ସ୍କୋର ଛିଡାକରିଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଧୂଆଁଧାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ ପାଇଁ ୨୪୧ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି।
ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା।
ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, କେଏଲ ରାହୁଲ୍ ଏବଂ ଅଧିନାୟକ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଛି। ରାହୁଲ୍ ସର୍ବାଧିକ ୯୧ (୫୬ ବଲ୍, ୯ ଚୌକା, ୪ ଛକା) ରନ୍ କରିଥିବା ବେଳେ ରୋହିତ ୭୧ (୩୪ ବଲ୍, ୬ ଚୌକା, ୫ ଛକା) ଏବଂ କୋହଲି ଅପରାଜିତ ୭୦ (୨୯ ବଲ୍, ୪ ଚୌକା, ୭ ଛକା) ରନ୍ କରିଛନ୍ତି।
Innings Break!
An absolute run fest here at the Wankhede as #TeamIndia put up a stupendous total of 240/3 on the board, courtesy batting fireworks by Rohit (71), Rahul (91), Kohli (70*).@Paytm #INDvWI pic.twitter.com/O5t0SoWLoS
— BCCI (@BCCI) December 11, 2019
Comments are closed.