ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟ୍ବେଣ୍ଟି-୨୦

ବେଙ୍ଗାଲୁରୁ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ତଥା‌ ‌‌ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏହି ଶୃଙ୍ଖଳାରେ ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଥିଲା ଏବଂ ମୋହାଲିଠାରେ ଭାରତ ଦ୍ଵିତୀୟ ଟ୍ବେଣ୍ଟି-୨୦ ମ୍ୟାଚକୁ ୭ ୱିକେଟ୍‌ରେ ଜିତିଥିଲା। ଅନ୍ୟ ପକ୍ଷରେ ଭଲ ପ୍ରଦର୍ଶନ କରୁନଥିବା ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ ଜିତିବାକୁ ପ୍ରାଣପଣେ ଚେଷ୍ଟା କରିବ। ତେବେ ଆସନ୍ତାମାସ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‍ ପୂର୍ବରୁ ଏହି ଟି – ଟ୍ୱେଣ୍ଟି ସିରିଜ୍‍କୁ ୨-୦ରେ ଜିତିବାପାଇଁ ଭାରତ ଆଶା ରଖିଛି।

Comments are closed.