ମାସୁଦକୁ ଆତଙ୍କବାଦୀ ଘୋଷଣା ପ୍ରକ୍ରିୟା ଉଦ୍ୟମ ଜାରୀ ରହିବ

0

ନୂଆଦିଲ୍ଲୀ: ଜୈସେ-ମହମ୍ମଦ ମୁଖ୍ୟ ମାସୁଦ ଅଜର ଜାତିସଂଘର ୧୨୬୭ କଟକଣା ନିୟମ ଅନୁଯାୟୀ ଯେପରି ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷିତ ହେବ, ଭାରତ ସେ ଦିଗରେ ଉଦ୍ୟମ ଜାରି ରଖିବ। ଏ ସମ୍ପର୍କରେ ଜାତିସଂଘ ନିରାପତ୍ତା ପରିଷଦର ୧୫ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୪ଟି ରାଷ୍ଟ୍ର ଭାରତର ଉଦ୍ୟମକୁ ସମର୍ଥନ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଜ୍‍ହର୍‍କୁ ଆନ୍ତର୍ଜାତିକ ଆତଙ୍କବାଦୀ ତାଲିକାରେ ସାମିଲ୍‍ କରିବା ପାଇଁ ଭାରତ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି। ମାସୁଦ ଅଜହର୍‍କୁ ଦିନେ ଆର୍ନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରାଯିବ ବୋଳି ଭାରତ ଦୃଢ଼ୋକ୍ତି ପ୍ରକାଶ କରିଛି। ଆତଙ୍କବାଦ ସହ କୌଣସିମତେ ସାଲିସ୍‍ କରାଯିବ ନାହିଁ ବୋଲି ପୂର୍ବରୁ ଭାରତ ସ୍ପଷ୍ଟ କରିସାରିଛି। ପାକିସ୍ତାନ ଆତଙ୍କବାଦୀ ମୌଳିକଢାଞ୍ଚାକୁ ନଷ୍ଟ କରିବାରେ ପାକିସ୍ତାନ କେବଳ ଉପରଠାଉରିଆ ପଦକ୍ଷେପମାନ ନେଇଛି। ପାକିସ୍ତାନଦ୍ୱାରା କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ କିମ୍ବା ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ ବନ୍ଦ୍‍ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏକ୍ଷେତ୍ରରେ କୌଣସି ଦେଶଦ୍ୱାରା କୌଣସି ପ୍ରକାର ମଧ୍ୟସ୍ଥତାକୁ ଅଗ୍ରାହ୍ୟ କରାଯାଇଛି।

Leave A Reply