ଭାରତରେ ଅଛି ଏପରି ମନ୍ଦିର ; ଯେଉଁଠି ପ୍ରସାଦ ଭାବେ ଅର୍ପଣ ହେଉଛି ମଣିଷ ରକ୍ତ

0

ସାଧାରଣତଃ ମନ୍ଦିର କଥା ଭାବିବା ମତ୍ରେ ମନରେ ଭକ୍ତି ଭାବ ଜାଗ୍ରତ ହୋଇଥାଏ। ସେଠାରେ କେଉଁ ଦେବଦେବୀ ପୂଜା ପାଆନ୍ତି ତାହା ଜାଣିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ। କିନ୍ତୁ ଆଜି ଆସନ୍ତୁ ଏଭଳି ମନ୍ଦିର ବିଷୟରେ ଜାଣିବା ଯେଉଁଠାରେ କୌଣସି ଦେବତା ପୂଜା ପାଉ ନାହାନ୍ତି ବରଂ ସେଠାରେ କୌରବ ଓ ପାଣ୍ଡବଙ୍କର ପୂଜା କରାଯାଉଛି । ପୁଣି  ଆଉ ଏକ ଏଭଳି ମନ୍ଦିର ଅଛି ଯେଉଁଠି ପ୍ରସାଦ ଭାବେ ଲୋକେ ନିଜର ରକ୍ତ ଅର୍ପଣ କରନ୍ତି।

Pic. Courtesy : Amar ujala

ବେଙ୍ଗାଲୁରୁରେ ଏକ ମନ୍ଦିର ଅଛି, ଯାହାକୁ ଦୌପଦୀ ମନ୍ଦିର କୁହାଯାଏ । ଏହା ପ୍ରାୟ ୮୦୦ ବର୍ଷର ପୁରୁଣା ମନ୍ଦିର। ଏହି ମନ୍ଦିରକୁ ଧର୍ମରାୟ ସ୍ୱାମୀ ମନ୍ଦିର ମଧ୍ୟ କୁହାଯାଏ।

Pic. Courtesy : Amar Ujala

ଉତ୍ତରାଖଣ୍ଡର ଉତ୍ତର କାଶୀ ନିକଟସ୍ଥ ସାରନୌଲରେ ଏକ ମନ୍ଦିର ଅଛି ଯାହାକୁ ଦାନବୀର କର୍ଣ୍ଣ ମନ୍ଦିର କୁହାଯାଏ। ଏହି ମନ୍ଦିର କାଠରେ ନିର୍ମାଣ ହୋଇଛି। ଯେଉଁଥିରେ ପାଣ୍ଡବଙ୍କର ୬ଟି ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି।

Pic. Courtesy : Amar ujala

କେରଳର କୋଲ୍ଲମ ଜିଲ୍ଲାର ମାୟମକେଣ୍ଡୁ ମଲଞ୍ଚାରୁବୁରେ ଦୁର୍ଯୋଧନଙ୍କର ମାମୁଁ ଶକୁନିଙ୍କ ନାମରେ ଏକ ମନ୍ଦିର ରହିଛି । ଏହି ମନ୍ଦିର ପବିତ୍ରେଶ୍ୱେରମ୍‍ ନାମରେ ପ୍ରସିଦ୍ଧ। ଶକୁନି ମନ୍ଦିର ପାଖରେ ଦୁର୍ଯୋଧନଙ୍କର ଏକ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି।

Pic. Courtesy : Amar ujala

ଆହ୍ଲାବାଦର ଦାରଗଞ୍ଜରେ ଭୀଷ୍ମ ପିତାମହଙ୍କର ଏକ ମନ୍ଦିର ଅଛି। ଏହି ମନ୍ଦିରରେ ଶର ଶଯ୍ୟାରେ ଶୟନ କରିଥିବା ଭୀଷ୍ମଙ୍କର ୧୨ ଫୁଟ ଲମ୍ବର ଏକ ପ୍ରତିମା ଅଛି।

Pic. Courtesy : Amar ujala

ମନାଲୀରେ ଏକ ମନ୍ଦିର ଅଛି ଯାହାକୁ ହିଡିମ୍ବା ମନ୍ଦିର କୁହାଯାଏ। ହିଡିମ୍ବା ହେଉଛନ୍ତି ଭୀମଙ୍କ ପତ୍ନୀ । ତାଙ୍କ ପୁତ୍ରର ନାମ ହେଉଛି ଘଟୋତ୍କଚ। ଆଜି ମଧ୍ୟ ଲୋକେ ହିଡିମ୍ବା ମନ୍ଦିରରେ ନିଜର ରକ୍ତକୁ ପ୍ରସାଦ ଭାବେ ଅର୍ପଣ କରନ୍ତି।

Leave A Reply