ମହାକାଶରେ ନିଜର ଗବେଷଣା କେନ୍ଦ୍ର ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ . – ମହାକାଶରେ ଭାରତ ନିଜର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନିର୍ମାଣ କରିବ । ଇସ୍ରୋର ଅଧ୍ୟକ୍ଷ ଶିବନ ଏ ବିଷୟରେ ସୂଚନା ଦେଇଛନ୍ତି । ଗଗନଯାନ ମିଶନକୁ ଆହୁରି ବୃଦ୍ଧି କରାଯିବ । ମାନବ ପ୍ରେରଣ ଅନ୍ତରୀକ୍ଷ ମିଶନ ପରେ ଭାରତ ମହାକାଶରେ ଏକ ଗବେଷଣାଗାର ପ୍ରତିଷ୍ଠା କରିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଶିବନ ପ୍ରକାଶ କରିଛନ୍ତି ।

ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୨କୁ ଲଞ୍ଚ କରାଯିବ । ଏହାପରେ ଭାରତର ନଜର ଶୁକ୍ର ଓ ସୂର୍ଯ୍ୟଙ୍କ ଉପରେ ରହିଛି। ଚନ୍ଦ୍ରଯାନ ମିଶନର ମୋଟ ଖର୍ଚ୍ଚ ପ୍ରାୟ ୧୦୦୦୦ କୋଟି ଟଙ୍କା । ବିଗତ କିଛି ବର୍ଷ ଧରି ଭାରତ ମହାକାଶ ବିଜ୍ଞାନରେ ନିଜର ସାମର୍ଥ୍ୟ ପ୍ରତିପାଦନ କରିବା ସହ ନୂଆ ସଫଳତା ପାଇବାରେ ଲାଗିଛି । ଭବିଷ୍ୟତରେ ସୂର୍ଯ୍ୟ ଓ ଶୁକ୍ର ଗ୍ରହଙ୍କ ବିଷୟରେ ବିଶେଷ ଗବେଷଣା ପାଇଁ ମହାକାଶ ଯାନ ପ୍ରେରଣ କରାଯିବ ବୋଲି ଇସ୍ରୋର ମୁଖ୍ୟ ସୂଚନା ଦେଇଛନ୍ତି ।

Comments are closed.