ଭାରତ-ପାକିସ୍ତାନ ମ୍ୟଚରେ କିଏ ନେଇଛି ଅଧିକ ୱିକେଟ

0

କଟକ : ଭାରତ-ପାକିସ୍ତାନ ମ୍ୟାଚରେ ବ୍ୟାଟିଂର ମଜା ଯେପରି ରହିଥାଏ। ସେହିପରି ବୋଲିଂ ପଦର୍ଶନ ମଧ୍ୟ ଆକର୍ଷଣୀୟ ରହିଥାଏ। ଭାରତର ବହୁ ବୋଲର ପାକିସ୍ତାନ କ୍ରିକେଟର ମାନଙ୍କୁ ନିଜର ଘାତକ ବୋଲିଂ ଦ୍ୱାରା ଘାଇଲା କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ବୋଲର କେତେ ୱିକେଟ ନେଇଛନ୍ତି।
ବର୍ତ୍ତର୍ମାନ ପର୍ୟ୍ୟନ୍ତ ଭୁବନେଶ୍ୱର କୁମାର ଭାରତ ପାଇଁ ବୋଲିଂଗରେ ଭଲ ପଦର୍ଶନ କରିଛନ୍ତି। ସେ ୭ଟି ମ୍ୟାଚରୁ ଭାରତପାଇଁ ୧୧ଟି ୱିକେଟ ନେଇଛନ୍ତି। ସେହିଭଳି ଇଶାନ୍ତ ଶର୍ମା(୧୧), ରବିନ୍ଦ୍ର ଜାଡେଜା(୧୦) , ରବି ଚନ୍ଦ୍ରନ ଅଶ୍ୱିନି(୧୦) ଟି ଲେଖାଏ ୱିକେଟ ନେଇଛନ୍ତି। ଇରଫାନ ପଠାନ ୨୦୦୪ମସିହାରେ ସର୍ବାଧିକ ୧୪ଟି ୱିକେଟ ନେଇଥିଲେ।
ପାକିସ୍ତାନ ପକ୍ଷରୁ ସାଇଦ ଆଜମଲ ଭାରତ ବିରୁଦ୍ଧରେ ଏସିଆକପରେ ସର୍ବାଧିକ ୨୦ଟି ୱିକେଟ ନେଇଛନ୍ତି। ସେହିଭଳି ଜୁନେଦ ଖାନ୍(୯) ଏବଂ ମହମ୍ମଦ ହାଫିଜ୍(୭)ଟି ଲେଖାଏ ୱିକେଟ ନେଇଛନ୍ତି।

Leave A Reply