ଆସିଆନ୍‍ ଛାତ୍ରଙ୍କ ପାଇଁ ପିଏଚ୍‍ଡି ଫେଲୋସିପ କାର୍ଯ୍ୟକ୍ରମର ଶୁଭାରମ୍ଭ

0

ନୂଆଦିଲ୍ଲୀ : ଭାରତରେ ଆଇଆଇଟି ପ୍ରତିଷ୍ଠାନଗୁଡ଼ିକରେ (ଆସିଆନ୍‍) ଏସୀୟ ଦେଶଗୁଡ଼ିକର ବିଦ୍ୟାର୍ଥୀମାନଙ୍କୁ ଏକ ହଜାର ପିଏଚ୍‍ଡି ଫେଲୋସିପ ଦେବା ପାଇଁ ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସୋମବାର ନୂଆଦିଲ୍ଲୀରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ଓ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଏସୀୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ଭାଗିଦାରୀ ସମ୍ପର୍କର ମୂଲ୍ୟ ଉପରେ ଆଧାରିତ। ଏହି ଫେଲୋସିପି ପାଇଁ ବଛାଯାଇଥିବା ବିଦ୍ୟାର୍ଥୀମାନେ ଭାରତ ସରକାରଙ୍କ ଅନୁଦାନରେ ପିଏଚ୍‍ଡି ସମ୍ପୂର୍ଣ୍ଣ କରିବେ। ପାଠପଢ଼ାର ସମସ୍ତ ଖର୍ଚ୍ଚ ସମେତ ଓ ରହିବା ଖାଇବା ଖର୍ଚ୍ଚ ମଧ୍ୟ ପାଞ୍ଚ ବର୍ଷ ପାଇଁ ଭାରତ ସରକାର ବହନ କରିବେ। ନାମଲେଖା କାର୍ଯ୍ୟକ୍ରମ ପୋର୍ଟାଲ୍‍କୁ ଦିଲ୍ଲୀ ଆଇଆଇଟି ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। ଗତବର୍ଷ ଜାନୁଆରୀ ମାସରେ ଭାରତ ଆସିଆନ୍‍ ସମ୍ପର୍କର
୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଶୀର୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଘୋଷଣା କରିଥିଲେ।

Leave A Reply