ସୁଲ୍‍ତାନ ଜୋହର କପ୍‍ ହକି : ଲିଗ୍‍ ପର୍ଯ୍ୟାୟର ଫାଇନାଲରେ ଭାରତ-ବ୍ରିଟେନ୍‍ ମୁକାବିଲା

ମାଲେସିଆ :  ସୁଲ୍‍ତାନ ଜୋହର କପ୍‍ ଜୁନିୟର୍‍ ହକି ଟୁର୍ଣ୍ଣାମେଣ୍ଟ୍‍ର ରାଉଣ୍ଡ୍‍ ରବିନ୍‍ ଲିଗ୍‍ ଫାଇନାଲ୍‍ ପର୍ଯ୍ୟାୟରେ ଶୁକ୍ରବାର ଭାରତ ବ୍ରିଟେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି।

ଅନ୍ୟ ଲିଗ୍‍ ମ୍ୟାଚ୍‍ଗୁଡ଼ିକରେ ଆଜି ଆୟୋଜକ ମାଲେସିଆ ଜାପାନ୍‍କୁ ଭେଟୁଥିବାବେଳେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ୍‍କୁ ଭେଟିବ।
ଆସନ୍ତାକାଲି ଫାଇନାଲ୍‍ ମ୍ୟାଚ୍‍ ଅନୁଷ୍ଠିତ ହେବ। ଗତ ବୁଧବାର ଦିନ ଅନୁଷ୍ଠିତ ଏକ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ପରାସ୍ତ କରି ଫାଇନାଲୁ ରାଉଣ୍ଡ୍‍କୁ ଉଠିଛି।

Comments are closed.