ପ୍ରଥମ ଟେଷ୍ଟ: ୪୯୩ ରନରେ ଭାରତର ପାଳି ଘୋଷଣା, ବାଂଲାଦେଶର ୨ୟ ଇନିଂସ ୧୬/୨

ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୪୯୩ ରନରେ ପାଳି ଘୋଷଣା କରିଛି। ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୪୯୩ ରନ୍‌ ସଂଗ୍ରହ କରିଥିଲା। ଶନିବାର ୩ୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତ ପାଳି ଘୋଷଣା କରିଥିଲା। ଫଳରେ ଭାରତ ବାଂଲାଦେଶର ପ୍ରଥମ ଇନିଂସ(୧୫୦ରନ)ଠାରୁ ୩୪୩ ରନରେ ଆଗୁଆ ରହିଛି। ୩ୟ ଦିନ ବାଂଲାଦେଶ ଏହାର ୨ୟ ଇନିଂସ ଖେଳ ଆରମ୍ଭ କରିଥିବାବେଳେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୭ ଓଭର ମଧ୍ୟରେ ଦଳ ୧୬ ରନ୍‌ ସଂଗ୍ରହ କରିଥିବାବେଳେ ୨ ୱିକେଟ ହରାଇଛି। ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ ଗୋଟିଏ ଲେଖାଏ ୱିକେଟ ହାସଲ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଛନ୍ତି।

Comments are closed.