ମିଳିତ ଭାବେ କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ପାଳନ କରିବେ ଭାରତ ଓ ଚୀନ୍‍

ନୂଆଦିଲ୍ଲୀ : ଭାରତ ଓ ଚୀନ୍‍ ସେମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ ବର୍ଷ ପୂର୍ତ୍ତି ମିଳିତ ଭାବେ ପାଳନ କରିବେ। ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି କାର୍ଯ୍ୟକ୍ରମରେ ଦୁଇ ଦେଶ ମଧ୍ୟରେ ଯୁଗ ଯୁଗରୁ ଥିବା ଐତିହାସିକ ସମ୍ପର୍କର ପ୍ରଦର୍ଶନ ହେବ ଓ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ଘଟିଥିବା ବୃଦ୍ଧି ଉପରେ ଆଲୋକପାତ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ଙ୍କ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ସମୟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯୁଦ୍ଧକୌଶଳର ଆଦାନପ୍ରଦାନ, ପାରମ୍ପରିକ କ୍ରୀଡ଼ା, ଉଦ୍ୟୋଗପତି ପ୍ରତିଭା ବିକାଶ ଏବଂ ଭୂମିକମ୍ପ ପରବର୍ତ୍ତୀ ମିଳିତ ଅନୁସନ୍ଧାନ ଓ ଉଦ୍ଧାର ଅଭ୍ୟାସ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଏଥିରେ ସ୍ଥାନ ପାଇବ।

Comments are closed.